ନବୀନ ଙ୍କ ରଣନୀତି ରେ ବିଜୟ ଚିତ ପଟାଙ୍ଗ ,ବିଧାନ ସଭା ମାଟି ମାଡି ପାରିଲେ ନାହିଁ

ଶେଷରେ ସବୁ ଚର୍ଚାର ଅବସାନ ଘଟାଇ ବାଜି ଜିତିଯାଇଛନ୍ତି ବିଜେଡି ସୁପ୍ରିମ I ନିଜ ପ୍ରତିପକ୍ଷ ଙ୍କୁ ଧରାଶାୟୀ କରିବାରେ ଧୂରନ୍ଦର ନବୀନ ପଟନାୟକ ପୁଣିଥରେ ବିଜୟ ଙ୍କୁ ହରାଇ ପ୍ରମାଣିତ କରିଛନ୍ତି ଯେ ସେ ହିଁ ଅପରାଜୟ I ନବୀନ ଙ୍କ ମୁଖ୍ୟ ବିରୋଧୀ କୁହାଯାଉଥିବା ବିଜୟ ମହାପାତ୍ର ଙ୍କୁ ଦୀର୍ଘ 19ବର୍ଷ ଧରି ବିଧାନସଭା ରୁ ଦୁରେଇ ରଖିବାରେ ସମର୍ଥ ହେଇଥିବା ବେଳେ ଏଥରକ ବିଜେଡି ନେତା ବେଦପ୍ରକାଶ ଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରାଜନୀତି କୁ ଆସିଥିଲେ I ବିଜୟ ଙ୍କ ବିପକ୍ଷରେ ପ୍ରାଥୀ ହେଇଥିଲେ ସାବିତ୍ରୀ I ବିଜୟ ଙ୍କ ପଲା ଯଦିଓ ଟିକେ ଭାରି ଥିଲା ତଥାପି ନବୀନ ଙ୍କ ମାଷ୍ଟର ଷ୍ଟ୍ରୋକ ରେ ଚିତ ପଟାଙ୍ଗ ମାରିଛନ୍ତି ବିଜୟ I

ପ୍ୟାରୀ , ନଳିନୀ ,ପଞ୍ଚାନନ ,ନିକଟରେ ବୈଜୟନ୍ତ ଏବଂ ଦାମ ଙ୍କ ପରେ ଏବେ ବିଜୟ ବି ପରାଜୟ ର ସ୍ୱାଦ ଚାଖିବାକୁ ବାଧ୍ୟ ହେଇଛନ୍ତି I 16 ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାଥୀନି ସାବିତ୍ରୀ 88388 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାଥୀ ବିଜୟ ମହାପାତ୍ର 72155 ଖଣ୍ଡ ଭୋଟ ପାଇଛନ୍ତି I ଅଷ୍ଟମ ରାଉଣ୍ଡ ରୁ ଆଉ ମାତ୍ର ଦୁଇଟି ବାକିଥିବା ବେଳେ ବିଜୟ ର ଦ୍ୱାରଦେଶରେ ବିଜେଡି ପ୍ରାଥୀ I

Leave a Reply

Your email address will not be published. Required fields are marked *