ହାରିକି ବି ଜିତିଯାଇଛନ୍ତି ବିଜୟ ,ବିଜୟ ଙ୍କ ପାଇଁ ପୁରା ବିଧାନସଭା ଖାଲି କରି ପ୍ରଚାର କଲେ ବିଜେଡି ନେତା

ହାରି ଯାଇଛନ୍ତି ବିଜୟ ମହାପାତ୍ର I ବିଜେଡି ପ୍ରାଥୀ ସାବିତ୍ରୀ ଙ୍କ ଠାରୁ ପରାସ୍ତ ହେଇଛନ୍ତି I ବୋଧହୁଏ ଏହା ସହିତ ବିଧାନସଭା କୁ ମାଟି ମାଡିବାର ବିଜୟ ଙ୍କ ସ୍ବପ୍ନ ଧୂଳିସାତ ହେଇଯାଇଛି I ତେବେ ଚର୍ଚ୍ଚା ଚାଲିଛି କି ହାରିକି ବିଜୟ ଜିତିଯାଇଛନ୍ତି I କାହିଁକିନା ବିଜୟ ହେଉଛନ୍ତି ସେଇ ବ୍ୟକ୍ତି ଯାହାଙ୍କୁ ବିଧାନସଭାରେ ପୁରାଇ ନଦେବାକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରସ୍ତୁତ କରୁଥିଲେ ରଣକୌଶଳ I ବିଗତ 19ବର୍ଷ ଧରି ଷଡଯନ୍ତ୍ର ର ଶିକାର ହେଇଥିବା ବିଜୟ ଏଥରକ ପୁଣି ନିର୍ବାଚନ ଲଢ଼ି ବିଜୟ ପାଇଁ ଆଶାବାଦୀ ହେଇଥିବା ବେଳେ ବିଜେଡି ସୁପ୍ରିମ ଙ୍କ ରଣକୌଶଳ ରେ ପରାସ୍ତ ହେଇଛନ୍ତି I

ବିଜୟ ଙ୍କୁ ପରାସ୍ତ କରିବାକୁ ପ୍ରତି ପଞ୍ଚାୟତ ସ୍ତରରେ ବିଜେଡି ର ଜଣେ ଜଣେ ଟାଣୁଆ ନେତା ତଥା ମନ୍ତ୍ରୀ /ବିଧାୟକ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା I ଏପରିକି ବିଧାନସଭା ରେ ଦେଖିବାକୁ ମିଳିଥିଲା କି ସାଶକ ଦଳର କୌଣସି ବି ବିଧାୟକ ଉପସ୍ଥିତ ନଥିଲେ ,ବିଧାନସଭା ପୁରା ଖାଲି ପଡିଯାଇଥିଲା ,ସମସ୍ତେ ପ୍ରଚାର ରେ ଲାଗିପଡ଼ିଥିଲେ ଏହା ସତ୍ୱେ ସାବିତ୍ରୀ ଙ୍କ ସହିତ ଜୋରଦାର ଟକ୍କର ଦେଇ ବିଜୟ 77502 ଭୋଟ ପାଇଥିବା ବେଳେ ବିଜେଡି ପ୍ରାଥୀ 95162 ଭୋଟ ପାଇଛନ୍ତି I ତେଣୁ କର୍ମୀ ମହଲ ରେ ଚର୍ଚା ଚାଲିଛି ଯେ ବିଜୟ ହାରି କି ମଧ୍ୟ ଜିତିଛନ୍ତି ,ବିଜୟ ଙ୍କୁ ବିଜେଡି ର ଏତେ ଭୟ ଥିଲା ଯେ ପୁରା ବିଧାନସଭା ଖାଲି ହେଇଯାଇଥିଲା I

Leave a Reply

Your email address will not be published. Required fields are marked *