ବିଜୟଙ୍କ ପରାଜୟକୁ ନେଇ ବିଜେଡି ଠାରୁ ଅଧିକ ଖୁସି ବିଜେପି ! ଜାଣନ୍ତୁ କାହିଁକି

ସରିଯାଇଛି ନିର୍ବାଚନ ର ଫଳାଫଳ ଘୋଷଣା I ଅଟକି ଯାଇଛି ବିଜୟ ଙ୍କ ବିଧାନସଭା ଯିବାକୁ ସ୍ବପ୍ନ I ନବୀନ ଙ୍କ ରଣକୌଶଳ ଆଗରେ ହାରିଯାଇଛନ୍ତି ବିଜୟ I ଯଦିଓ ଏଥର ବିଜୟ ଙ୍କ ହାୱା ଥିଲା ଏବଂ ଲୋକମତ ତାଙ୍କ ସପକ୍ଷରେ ଥିଲା ତଥାପି ମାଟି କାମୁଡ଼ିକି ପଡିଛନ୍ତି ଏହି ଭେଟେରାନ ନେତା I ତେବେ ବିଜୟ ଙ୍କ ହାରିବା ପରେ ଚର୍ଚା ଚାଲିଛି ଯେ ବିଜୟ ଙ୍କ ପରାଜୟ ରେ ବିଜେଡି ଯେତିକି ଖୁସି ତାଠାରୁ ଅଧିକ ଖୁସି ବିଜେପି I ଏକଥା ଆମେ କହୁନୁ ଦଳୀୟ କର୍ମୀ ମହଲରେ ଚର୍ଚା ଚାଲିଛି I ସିଧାସଳଖ ଧର୍ମେନ୍ଦ୍ର ଙ୍କ ନାମ ନିଆଯାଇ କୁହାଯାଉଛି

କି ଧର୍ମେନ୍ଦ୍ର ଙ୍କ ଷଡଯନ୍ତ୍ର ରେ ବିଜୟ ଙ୍କ ପରାଜୟ I
କାହିଁକି ଏ ଚର୍ଚ୍ଚା ?;ବିଜୟ ମହାପାତ୍ର ଏମିତି ଜଣେ ବ୍ୟକ୍ତି ଯିଏକି ରାଜନୀତି ର ଅଙ୍କ କୁ ବଦଳାଇଦେବାରେ ମାହିର ଯେଉଁଥିପାଇଁ ତାଙ୍କୁ ହରାଇବାକୁ ବିଧାନସଭା ପୁରା ଖାଲି ହେବାକୁ ପଡିଥିଲା ,

ପ୍ରତି ପଂଚାୟତ ରେ ମନ୍ତ୍ରୀ ସ୍ତରୀୟ ଜଣେ ଜଣେ ନେତାଙ୍କୁ ନିଯୁକ୍ତ ଦିଆଯାଇଥିଲା ,ବିଶେଷ କରି ବିଜେଡି ସୁପ୍ରିମ 19ବର୍ଷ ଧରି ବିଜୟ ଙ୍କ ପାଇଁ ସ୍ୱତନ୍ତ୍ର ରଣକୌଶନ ପ୍ରସ୍ତୁତ କରି ବାରମ୍ବାର ହରାଇଛନ୍ତି I ବିଜୟ ବି କହିସାରିଛନ୍ତି କିଛି ଲୋକେ ନଡ଼ିଆ ଭାଙ୍ଗୁଛନ୍ତି ତାଙ୍କୁ ବିଧାନସଭା ପୁରାଇନଦେବାକୁ I ତେବେ କେବଳ ବିଜେଡି ନୁହେଁ ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାଥୀ କୁହାଯାଉଥିବା ଧର୍ମେନ୍ଦ୍ର ବି କୁଆଡେ ବିଜୟ ଙ୍କ ପରାଜୟ ପାଇଁ ଦାୟୀ I ଏମିତିରେ ଦେଖିବାକୁ ଗଲେ ବିଜେଡି ଅପେକ୍ଷା ବିଜେପି ର ପ୍ରଚାର ସେତେ ଭାରି ନଥିଲା କି ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ ହେଇନଥିଲା I

ତେବେ ବିଜୟ ମହାପାତ୍ର ଙ୍କୁ ହରାଇବାକୁ କୁଆଡେ ବିଜେପି ର କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର କର୍ମୀ ଜୋରଦାର ପ୍ରଚାର କରୁଥିଲେ ପାଟକୁରା ରେ I ଏହା ଅବଶ୍ୟ ସତ ଯେ ଧର୍ମେନ୍ଦ୍ର ଏବଂ ବିଜୟ ଙ୍କ ମଧ୍ୟରେ କେଭେଁବି ଭଲ ସମ୍ପର୍କ ନାହିଁ I ବିଜେପୁର ନିର୍ବାଚନ ରେ ବିଜେପି ର ହାରିବା ପରେ ସିଧା ସଳଖ ଧର୍ମେନ୍ଦ୍ର ଙ୍କୁ ସମାଲୋଚନା କରିଥିଲେ ବିଜୟ I

ଏହାପରେ ଦଳରେ ତାଙ୍କୁ କୋଣଠେସା କରିଦିଆଯାଇଥିଲା ଏପରିକି ପ୍ରଧାନମନ୍ତ୍ରୀ ଙ୍କ ଓଡିଶା ଗସ୍ତ ରେ ବିଜୟ ଙ୍କୁ କିଭଳି ଅପମାନିତ କରାଯାଇଥିଲା ତାହା ସମସ୍ତଙ୍କୁ ବେସ ଭଲଭାବରେ ଜଣା I ଯେଉଁଥିପାଇଁ ଅଣନିଶ୍ୱାସୀ ହେଇ ଦଳ ଛାଡିଥିଲେ ବିଜୟ

I ପରେ ଅବଶ୍ୟ ବୈଜୟନ୍ତ ତାଙ୍କୁ ଫେରାଇ ଆଣିବାକୁ ଚାହିଁଥିଲେ କିନ୍ତୁ ସେତେବେଳେ ମଧ୍ୟ ଧର୍ମେନ୍ଦ୍ର ଙ୍କ ସମର୍ଥକ ଥିବା ଭୁବନ ଙ୍କ କିଛି ଲୋକ ବିଜୟ ଙ୍କୁ ବିରୋଧ କରିଥିଲେ I କାହିଁକି ଏ ବିରୋଧ ?ଯଦି ବିଜୟ ଜିତିଯାଆନ୍ତି ତେବେ ଉପକୂଳବର୍ତ୍ତୀ ଅଞ୍ଚଳ ରେ ତାଙ୍କ ଦଗଦମା ବଢ଼ିବାରେ ଲାଗିବ I ବିଧାନସଭା କୁ ବିଜୟ ଗଲେ ତାଙ୍କ ସମର୍ଥକ ମାନେ ଚାହିଁବେ ବି ସେ ବିରୋଧୀ ଦଳ ନେତା ହୁଅନ୍ତୁ ଯାହାକି ଧର୍ମେନ୍ଦ୍ର ଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ I

ଏପରିକି ହୁଏତ ଧର୍ମେନ୍ଦ୍ର ଙ୍କ ବିରୁଧରେ ଏକ ବଡ ଗୋଷ୍ଠୀ ମୁଣ୍ଡ ଟେକିପାରେ ଏବଂ ତାଙ୍କ ନେତୃତ୍ୱ ପ୍ରତି ଚେଲେଞ୍ଜ ସୃଷ୍ଟି କରିପାରେ I ବିଜୟ ହେଉଛନ୍ତି ଏମିତି ଜଣେ ନେତା ଯିଏ କି କାହାକୁ ଖାତିର କରନ୍ତି ନାହିଁ I ତେଣୁ ଏତେ କଥା ହେବ କାହିଁକି “ମୂଳୁ ମାଇଲେ ଯିବ ସରି , ଦେବଙ୍କ ସାଙ୍ଗେ କିମ୍ପା କଳି ’ I ସଉତୁଣୀ ପଛେ ବିଧବା ହେଉ କିନ୍ତୁ ସ୍ୱାମୀ ମରୁ I

Leave a Reply

Your email address will not be published. Required fields are marked *