ବିଜୟ ଙ୍କ ପାଇଁ ଅଣ୍ଟା ଭିଡିଥିବା ଅପରାଜିତା ଙ୍କୁ କାହିଁକି ଏବଂ କିଏ ଦୁରେଇ ରଖିଲେ ପ୍ରଚାର ରୁ ?

ପାଟକୁରା ଉପନିର୍ବାଚନ ରେ ବିଜୟ ଙ୍କ ହାରିବା ପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି I ବିଜୟ ଙ୍କ ପରାଜୟ ପାଇଁ ସିଧା ସଳଖ ଧର୍ମେନ୍ଦ୍ର ଙ୍କୁ ଦାୟୀ କରୁଛନ୍ତି ବିଜୟ ଙ୍କ ସମର୍ଥକ I ତେବେ ଏଭଳି ପରିସ୍ଥିତି ରେ ସବୁଠୁ ଚର୍ଚ୍ଚା ଯୋଗାଇଛି ଅପରାଜିତା ଙ୍କ ଘଟଣା I ବିଜୟ ଙ୍କୁ ଜିତାଇବାକୁ ଅଣ୍ଟା ଭିଡ଼ିଥିଲେ ଅପରାଜିତା ,ନିର୍ବାଚନ ବହୂ ପୂର୍ବରୁ ପାଟକୁରା ରେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଥିଲେ I

ବିଜୟ ଙ୍କୁ ଭୋଟ ଦିଅ ,ପାଟକୁରା ମୋର ଦାୟିତ୍ୱ କିଭଳି ଏଠାରେ ବିକାଶ ହେବ I କିନ୍ତୁ ଦେଖିବାକୁ ମିଳିଥିଲା ଶେଷ ପର୍ଯ୍ୟାୟ ରେ ଅପରାଜିତା ପ୍ରଚାର ରେ ସାମିଲ ହେଇନଥିଲେ କି ମାରାଥନ ପ୍ରଚାର କରିନଥିଲେ I ଅପରାଜିତା ଙ୍କ ଲୋକପ୍ରିୟତା ଯଥେଷ୍ଟ ଥିବାବେଳେ ହଠାତ କାହିଁକି ଅପରାଜିତା ଏପରି ଦୁରେଇ ରହିଲେ ତାହାକୁ ନେଇ ଏବେ ଚର୍ଚା ଧରିଛି I

ଏପରିକି ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚା ହେଉଛି କି ଅପରାଜିତା ଙ୍କୁ ଜାଣିଶୁଣି ପ୍ରଚାର ରୁ ଦୁରେଇ ରଖାଯାଇଛି ବିଜୟ ଙ୍କ ପରାଜୟ ପାଇଁ

I ଅବଶ୍ୟ ଏନେଇ ଅପରାଜିତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *