ବିଜୟ ମହାପାତ୍ର ଜିତିଛନ୍ତି ,ସାବିତ୍ରୀ କେବଳ ନାମକୁ ମାତ୍ର କିଣାହେଇଥିବା ନକଲି ବିଜୟ ମୁକୁଟ ପିନ୍ଧିଛନ୍ତି :ଦାମ

ହାରିଯାଇଛନ୍ତି ବିଜୟ ମହାପାତ୍ର ,ବର୍ତମାନ ସେ ବିଜେଡି ପ୍ରାଥୀ ସାବିତ୍ରୀ ଜିତିବା ନେଇକି ଯେତିକି ଚର୍ଚ୍ଚା ହେଉନି ବିଜୟ ଙ୍କ ହାରିବା କୁ ନେଇକି ସେତିକି ଜୋରଦାର ଚର୍ଚ୍ଚା ହେଉଛି I ନିଜେ ବିଜୟ ମଧ୍ୟ କହିଛନ୍ତି ଯେଲୋକମତ ତାଙ୍କ ସପକ୍ଷରେ ଥିଲା କିନ୍ତୁ କେଉଁ ପରିସ୍ଥିତି ସେ ହାରିଲେ ତାହା ତର୍ଜମାର ବିଷୟ I ତେବେ ଏହି ଘଟଣାରେ ମୁଁହ ଖୋଲିଛନ୍ତି ଦାମ ରାଉତ ,କହିଛନ୍ତି କି ବିଜୟ ହାରି ନାହାନ୍ତି ପୂର୍ବଥର ସେଠାରେ ବିଜେପି ପ୍ରାଥୀ ମାତ୍ର 25ହଜାର ଭୋଟ ପାଇଥିବା ବେଳେ ଏଥରକ 78ହଜାର ଭୋଟ ପାଇଛନ୍ତି ବିଜୟ ମହାପାତ୍ର ଯାହାକି ନିହାତି ଭାବରେ ବିଜୟ ଙ୍କ ପ୍ରତି ଜନସମର୍ଥନ ,ଅପରପକ୍ଷରେ ବିଜେଡି ପ୍ରାଥୀ 96ହଜାର ଭୋଟ ପାଇଥିବା ବେଳେ ସେଥିରୁ 40ହଜାର ଭୋଟ କଂଗ୍ରେସ ଠାରୁ କିଣା ହେଇଛି I

ପୂର୍ବଥର କଂଗ୍ରେସ ପ୍ରାଥୀ 42ହଜାର ପାଇଥିବା ବେଳେ ଏଥର 2090 ପାଇଛନ୍ତି ଆଉ 40ହଜାର କୁଆଡେ ଗଲା ? ସେହି 40ହଜାର କଂଗ୍ରେସ ଠାରୁ ବିଜେଡି କିଣିନେଇଛି ତେଣୁ ବିଜେଡି ମାତ୍ର 54ହଜାର ଭୋଟ ପାଇଛି ,ତେଣୁ କିଏ ବିଜୟୀ ?

ବିଜୟ ହିଁ ଜିତିଛନ୍ତି ସାବିତ୍ରୀ ଦେବୀ କେବଳ ନାମକୁ ମାତ୍ର କିଣାହେଇଥିବା ନକଲି ବିଜୟର ମୁକୁଟ ପିନ୍ଧିଛନ୍ତି I

Leave a Reply

Your email address will not be published. Required fields are marked *