ଅକ୍ଷୟ କୁମାରଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ କଲେ କଙ୍ଗନା ରଣାବତ,ପଢନ୍ତୁ ପୁରା ଖବର।

କପିଳ ଶର୍ମା ସୋ ରେ ଏୟା କହିଲେ କଙ୍ଗନା, ପଢନ୍ତୁ କଣ କହିଲେ
ନିଜର ଶାଣିତ କଥା ଲାଗି ସର୍ବଦା ଚର୍ଚ୍ଚାରେ ରହୁଥିବା କଙ୍ଗନା ଏବେ ଖିଲାଡି କୁମାରଙ୍କୁ ନେଇ ଏମିତି କିଛି କହିଛନ୍ତି।

ମିଷ୍ଟ ଭାଷୀ କଙ୍ଗନା ପୂର୍ବରୁ ଅନେକ ରିୟାଲିଟି ସୋ ରେ କରଣ ଜୋହର ଓ ହୃତିକି ରୋସନଙ୍କ ବିଷୟରେ କହିବାର ଦେଖିବାକୁ ମିଳିଥିଲା। ଆଉ ଏବେ କିଛି ଦିନ ତଳେ ଯେତେବେଳେ କଙ୍ଗନା ‘କପିଲ ଶର୍ମା’ ସୋ କୁ ଆସିଥିଲେ ତାଙ୍କୁ ଅନେକ କିଛି ପ୍ରଶ୍ନ ପଚାରିଥିଲେ କପିଲ ଶର୍ମା। ପ୍ରଶ୍ନରେ କପିଲ ପଚାରିଥିଲେ ଆପଣଙ୍କୁ ଯଦି ସ୍ୱାସ୍ଥ୍ୟ ମନ୍ତ୍ରୀ କାହାକୁ କରାଯିବାକୁ କୁହାଯିବା ତେବେ ଆପଣ କୋଉ ଫିଲ୍ମଷ୍ଟାରଙ୍କୁ ବାଛିବେ। ନିଜର ଉତ୍ତରରେ ଖିଲାଡି କୁମାରଙ୍କ ନାଁ ନେଇଥିଲେ, ଆଉ କହିଥିଲେ ବଲିଉଡ ଇଣ୍ଡଷ୍ଟ୍ରୀରେ ସେ ହିଁ ଏକ ବ୍ୟକ୍ତି ଯିଏ କି ସମସ୍ତ ନିଶାଠୁ ଦୂରରେ ଥାନ୍ତି ଓ ତାଙ୍କର ଜୀବନଶୈଳୀ ଯେପରି ତାଙ୍କୁ ସ୍ୱାସ୍ଥ୍ୟ ପଦ ମିଳିବା ଉଚିତ ବୋଲି କଙ୍ଗନା କହିଥିଲେ।

Leave a Reply

Your email address will not be published. Required fields are marked *