ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ବଳାତ୍କାରୀ କୁ ଫାଶୀ ରେ ଝୁଲାଇବାକୁ ନିର୍ଦେଶ ଦେଲେ ଅନୁଗୋଳ କୋର୍ଟ

ଦିନକୁ ଦିନ ଦେଶରେ ବଳାତ୍କାର ବଢିଚାଲିଥିବା ବେଳେ ନାବାଳିକା ମାନେ ମଧ୍ୟ ସୁରକ୍ଷିତ ନୁହନ୍ତି I ତେବେ ପ୍ରଥମ ଥର ପାଇଁ ନାବାଳିକା ଦୁଷ୍କର୍ମକାରୀ କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ ତାହା ପୁଣି ଓଡ଼ିଶାର ଅନୁଗୋଳ ଏଡିଜେ କୋର୍ଟ I ଯାହାକୁ ନେଇ ଜୋରଦାର ଚର୍ଚ୍ଚା ସହିତ ସ୍ୱାଗତ କରାଯାଇଛି I ଖବର ଅନୁଯାଇ ଜାନୁଆରୀ ୧୯ତାରିଖରେ ଅନୁଗୁଳ ସଦର ଅନ୍ତର୍ଗତ କାଲୁଗାଁର ଜଣେ ନାବାଳିକା ନିଜ ବାପାଙ୍କ ପାଇଁ ଖାଇବା ନେଇକି ଯାଉଥିବା ବେଳେ ସେହି ଗ୍ରାମର ଅନାମ ଦେହୁରୀ ନାବାଳିକାକୁ ଟେକି ନେଇଥିଲା I

ନିକଟସ୍ଥ ଜଙ୍ଗଲ ରେ ଦୁଷ୍କର୍ମ କରିଥିଲା ,ନିରୀହ ଝିଅଟି ଜୋରରେ ଚିଲେଇବାରୁ ତାକୁ ପଥର ରେ ଛେଚି ଛେଚି ଜୀବନରୁ ମାରିଦେଇଥିଲା Iଏବଂ ଶବ କୁ ଦକ୍ଷିଣକାଳୀ ମନ୍ଦିର ପଛପଟେ ଫୋପାଡ଼ି ଦେଇଥିଲା

I ପରେ ଘଟଣା ଜଣାପଡିବା ପରେ ପୋଲିସ ତଦନ୍ତ କରିବାରେ ଅନାମ କୁ ଗିରଫ କରାଯାଇଥିଲା I ଆଜି ଏହି ଘଟଣାର ଶୁଣାଣି କରି କୋର୍ଟ ତାଙ୍କୁ ଫାସୀ ଦଣ୍ଡ ଶୁଣାଇଛନ୍ତି I

Leave a Reply

Your email address will not be published. Required fields are marked *