ଭୋଟ ଦେଇନାହାନ୍ତି ବୋଲି ବିଧବା ଙ୍କୁ ଭତ୍ତା ମିଳୁନି ,ସରପଞ୍ଚ କହୁଛନ୍ତି ଘରକୁ ଆସିଲେ ଭତ୍ତା କରେଇଦେବି

ସାଧାରଣତଃ ଗାଁ ଗହଳି ରେ ଦେଖିବାକୁ ମିଳେ ଯେ ଯେଉଁ ପ୍ରାଥୀ ସରପଞ୍ଚ ହେଇଥାନ୍ତି ସେମାନେ ଯେଉଁମାନେ ଭୋଟ ଦେଇନଥାନ୍ତି ତାଙ୍କ ଉପରେ ଦାଉ ସାଜିଥାନ୍ତି I ସରକାରୀ ସ୍ତରରେ ମିଳୁଥିବା ସାହାଯ୍ୟ ସୁବିଧା ର ତାଙ୍କୁ ହକଦାର କରେଇନଥାନ୍ତି ,ଯଦିଓ ଜଣେ ସରପଞ୍ଚ ଙ୍କ କାମ ହେଉଛି ସମସ୍ତଙ୍କୁ ସମାନ ଭାବରେ ଦେଖିବା I ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳ ର ମହୁରା ପଞ୍ଚାୟତ ର I ଖବର ଅନୁଯାଇ ଘଟଣାଟି ହେଉଛି ଏହି ପଞ୍ଚାୟତ ର ମହୁରା ଗ୍ରାମ ର I ଏହି ଗ୍ରାମର ସ୍ଥାନୀୟ ବାସିନ୍ଦା ସୁବାସି ଛlଟୋଇ ବୟସ 55 ସ୍ୱlମି ରମେସ ଛlଟୋଇ ଦୀର୍ଘ ଚାରିବର୍ଷ ଧରି ଆରପାରିକି ଚାଲିଗଲେଣି,

ବିଧବା ଭତ୍ତା ଖଣ୍ଡେ ପାଇଁ ପଞ୍ଚାୟତ ଅଫିସ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲେଣି ,କିନ୍ତୁ କେହି ଶୁଣୁନାହାନ୍ତି I ସୁବାସି ଅଭିଯୋଗ କରନ୍ତି କି ଏନେଇ ସରପଞ୍ଚ ଙ୍କୁ ଅଭିଯୋଗ କରିବା ପରେ ସରପଞ୍ଚ କହିଲେ ତାଙ୍କର ବିଧବା ଭତ୍ତା ହେବନି କାହିଁକିନା ସେ ଭୋଟ ଦେଇନାହାନ୍ତି I ତେବେ କେବଳ ସୁବାସି ନୁହନ୍ତି ହରସି ପ୍ରଧାନ .ସ୍ୱlମି .- ସ୍ୱର୍ଗତ ବାଇଧର ପ୍ରଧାନ ,.

ତିଳୋତମା ପଣ୍ଡା ସ୍ୱମୀ. – ସ୍ୱର୍ଗତ ରବିନାରାୟଣ ପଣ୍ଡା ,ବିଳାସ ଜେନା.ସ୍ଵlମି.- ସ୍ୱର୍ଗତ ଧ୍ରୁବ ଜେନା ,.ରଂଞ୍ଜୁ ମହାପାତ୍ର .ସ୍ୱlମି – ସ୍ୱର୍ଗତ ନୃସିଂହ ମହାପାତ୍ର . ଙ୍କୁ ମଧ୍ୟ ଏଯାଏଁ ଭତ୍ତା ମିଳିନାହିଁ I ସ୍ୱାମୀ ଚାଲିଯିବାର କଷ୍ଟ ଯେତିକି ହେଉନି ବିଧବା ଭତ୍ତା ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲେଣି ତଥାପି କେହି ଶୁଣୁନାହାନ୍ତି I ତେବେ ତିଳୋତମା କୁହନ୍ତି କି ସରପଞ୍ଚ କହୁଛନ୍ତି ମୋ ପାଖକୁ ଘରକୁ ଆସ ,ଭତ୍ତା କରେଇଦେବି

I ନହେଲେ ନାହିଁ I ଏନେଇ ସରପଞ୍ଚ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ବିଧବା ମହିଳା ମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି I ସୋର୍ସ:ଫେସ୍ବୁକ /ଉତ୍କଳ ଓଡ଼ିଆ 24

Leave a Reply

Your email address will not be published. Required fields are marked *