ହାରିବା ପରେ ରାଜନୀତି ରୁ ନେବେ ସନ୍ୟାସ ? ପଢନ୍ତୁ କଣ କହିଲେ ବିଜୟ

ହାରି ଯାଇଛନ୍ତି ଭେଟେରାନ ଲିଡର ବିଜୟ ମହାପାତ୍ର I ଚଳିତ ଥର 78ହଜାର ଭୋଟ ପାଇଥିଲେ ମଧ୍ୟ ବିଜେଡି ପ୍ରାଥୀ ଙ୍କ ଠାରୁ 17ହଜାର ଭୋଟ ରେ ହରିଛନ୍ତି ବିଜୟ I ଦୀର୍ଘ 19ବର୍ଷ ଧରି ବିଧାନସଭା କୁ ମାଟି ମାଡି ପାରିନଥିବା ବିଜୟ ଏଥରକ ଅଣ୍ଟା ଟେକି ସଳଖୁଥିଲେ ବିଧାନସଭା ଯିବାକୁ କିନ୍ତୁ ବିଜେଡି ର ସ୍ୱତନ୍ତ୍ର ରଣକୌଶଳ ଆଗରେ ଚିଟପଟାଙ୍ଗ ମାରିଛନ୍ତି I ତେବେ ହାରିଯିବା ପରେ କଣ ହେବ ବିଜୟ ଙ୍କ ରାଜନୈତିକ ଭବିଷ୍ୟତ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ଗଣମାଧ୍ୟମ ଆଗରେ ଉତ୍ତର ରଖିଛନ୍ତି ବିଜୟ

I ସାଧାରଣତଃ ଚର୍ଚ୍ଚା ହେଉଥିଲା କି ବିଜୟ ଙ୍କ କ୍ଷେତ୍ରରେ ଯେତିକି ପ୍ରଚାର ହେବା କଥା ଦଳ ତରଫରୁ ସେତିକି ଗୁରୁତ୍ୱ ଦିଆଯାଇନି I ଏପରିକି ଖୋଲାଖୋଲି ବିଜୟ ଙ୍କ ପରାଜୟ ରେ ଧର୍ମେନ୍ଦ୍ର ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଇଥିଲା I ତେବେ ଏ ଘଟଣାରେ ମୁଁହ ଖୋଲିଛନ୍ତି ବିଜୟ I ବିଜୟ କହିଛନ୍ତି କି ସେ ରାଜନୀତି ରୁ ସନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ I ପୂର୍ବଥର ବିଜେପି ପ୍ରାଥୀ ଙ୍କୁ ମାତ୍ର 26ହଜାର ଭୋଟ ମିଳିଥିବା ବେଳେ ଏଥରକ 78ହଜାର ଭୋଟ ମିଳିଛି

I ପୂର୍ବଥର ବିଜେଡି ପ୍ରାଥୀ 47ହଜାର ଭୋଟ ରେ ବିଜୟୀ ହେଇଥିଲେ ମଧ୍ୟ ଏଥରକ 70ବିଧାୟକ ,14ମନ୍ତ୍ରୀ ଗୋଟିଏ ନିର୍ବାଚନ ରେ ଡେରା ପକାଇ ତାଙ୍କୁ ମାତ୍ର 17ହଜାର ଭୋଟ ରେ ହରାଇଛନ୍ତି I ଲୋକଙ୍କ ସମର୍ଥନ ତାଙ୍କ ସହିତ ରହିଥିଲା ସେଥିପାଇଁ ସେ 78ହଜାର ଭୋଟ ପାଇଛନ୍ତି I ରାଜନୀତି ରୁ ସନ୍ୟାସ କାହିଁକି ନେବେ ? ଯେଉଁ 78ହଜାର ଭୋଟର ତାଙ୍କୁ ଭୋଟ ଦେଇଥିଲେ ସେମାନଙ୍କ ସୁଖ ଦୁଃଖ ରେ ଭାଗିଦାର ହେବେ ଏବଂ ଆଗାମୀ ଦିନରେ ଶକ୍ତି ବୃଦ୍ଧି କରିବେ I

ତେବେ ଦଳୀୟ ଅବହେଳା କୁ ନେଇ ବିଜୟ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ମିଛ କଥା ,ନିଜେ ଧର୍ମେନ୍ଦ୍ର ,ପ୍ରତାପ ଷଡ଼ଙ୍ଗୀ ,ଅପରାଜିତା ତାଙ୍କ ପାଇଁ ଦୁଇଦିନ ପ୍ରଚାର କରିଥିଲେ I ବୈଜୟନ୍ତ ଚାରିଦିନ ଧରି ପ୍ରଚାର କରିଥିଲେ I ଦଳ ତରଫରୁ ତାଙ୍କୁ ଯଥେଷ୍ଟ ସମର୍ଥନ ମିଳିଛି ଏବଂ ଲୋକଙ୍କ ସମର୍ଥନ ମଧ୍ୟ ମିଳିଛି I

Leave a Reply

Your email address will not be published. Required fields are marked *