ନବୀନଙ୍କ ପୂର୍ଣ୍ଣଛେଦ ସମୟ ବେଳକୁ ମୁଁ ଥିବି କିନ୍ତୁ ମୋ ପୂର୍ଣ୍ଣଛେଦ ବେଳକୁ ନବୀନ ନଥିବେ :ବିଜୟ ମହାପାତ୍ର

ସେ ହାରିଯାଇଛନ୍ତି ତଥାପି ଦମ୍ଭ ହରାଇନାହାନ୍ତି I ଦୀର୍ଘ 19ବର୍ଷ ଧରି କୌଣସି କ୍ଷମତା ରେ ନାହାନ୍ତି ତଥାପି ସବୁବେଳେ ରାଜ୍ୟ ରାଜନୀତି ରେ ଚର୍ଚିତ I ସେ ଏମିତି ଜଣେ ନେତା ଯାହାଙ୍କୁ ହରାଇବାକୁ ରାଜ୍ୟ ରାଜନୀତି ରେ ଏକ ନୂଆ ଇତିହାସ ଲେଖାହେଲା I ପ୍ରଥମଥର ପାଇଁ 70ରୁ ଉର୍ଧ ସାଶକ ଦଳର ବିଧାୟକ ଙ୍କ ସହିତ 14ମନ୍ତ୍ରୀ ଙ୍କୁ ପଞ୍ଚାୟତ ସ୍ତରରେ ଦାୟିତ୍ୱ ଦିଆଗଲା ତଥାପି ସେ ଦୃଢ ଟକ୍କର ଦେଇ ପ୍ରତିଦ୍ବନ୍ଦିତା କଲେ I

ପ୍ରାୟତ ଅଧିକାଂଶ ଉପନିର୍ବାଚନ ସାଶକ ଦଳ ସପକ୍ଷରେ ଯାଇଥାଏ କିନ୍ତୁ ବିଜୟ ଙ୍କ କ୍ଷେତ୍ରରେ ଯେଉଁଭଳି ହେଲା ଏକ ନୂଆ ଇତିହାସ I ଜଣେ ବ୍ୟକ୍ତି କୌଣସି କ୍ଷମତା ରେ ନଥାଇ ମଧ୍ୟ ସମ୍ପୂର୍ଣ୍ଣ ସାଶକ ଦଳ ଯେଉଁଭଳି ବୃହ ରଚନା କଲେ ସେଥିରୁ ବିଜୟ ଙ୍କ ଗୁରୁତ୍ୱ ଉପଲବ୍ଧି ହୁଏ

I ତେବେ ହାରିଯିବା ପରେ ବି ଦମ୍ଭ ଭାଙ୍ଗିନାହାନ୍ତି ବିଜୟ କହିଛନ୍ତି କି ରାଜନୀତିରେ ଦିନେ ନା ଦିନେ ସମସ୍ତଙ୍କର ପୂର୍ଣ୍ଣଛେଦର ସମୟ ଆସିବ I ଏମିତି କେହି ନାହିଁ ଯାହାଙ୍କର ପୂର୍ଣ୍ଣଛେଦ ଆସିନି ,ନବୀନଙ୍କ ପୂର୍ଣ୍ଣଛେଦ ସମୟ ବେଳକୁ ମୁଁ ଥିବି କିନ୍ତୁ ମୋ ପୂର୍ଣ୍ଣଛେଦ ବେଳକୁ ନବୀନ ନଥିବେ I

Leave a Reply

Your email address will not be published. Required fields are marked *