କାଳୀଘାଟ ରେ ଦୁର୍ଗା ପୂଜା ଉଦ୍ଘାଟନ କରିବେ ଅମିତ୍:ଆଗରୁ କରୁଥିଲେ ମମତା

ମମତା ବାନାର୍ଜୀ ଙ୍କ ମାତ୍ ଦେବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଙ୍କ ଏକ ମାଷ୍ଟର ପ୍ଲାନ୍ ଚର୍ଚ୍ଚାର ବିଷୟ ପାଲଟିଛି।ପଶ୍ଚିମବଙ୍ଗକୁ ମମତାଙ୍କ ଗଡ କୁହାଯାଉଥିବା କାଳିଘାଟ ରେ ଦୁର୍ଗା ପୂଜା ଉତ୍ସବ ଉଦ୍ଘାଟନ କରିବାକୁ ଆସୁଛନ୍ତି ଅମିତ୍ ଶାହା।
ମିଳିଥିବା ସୂଚନା ଅନୁସାରେ ସଂଘଶ୍ରି ଦୁର୍ଗା ପୂଜା କମିଟି ବିଗତ ୭୩ ବର୍ଷ ଧରି ଦୁର୍ଗା ପୂଜାର ଆୟୋଜନ କରି ଆସୁଛି।

ବିଗତ କିଛି ବର୍ଷ ହେବ ଏହି ପୂଜା ଉତ୍ସବକୁ ମମତା ବାନାର୍ଜୀ ଉଦ୍ଘାଟନ କରି ଆସୁଥିଲେ।ବିଜେପିର ରାଜ୍ୟ ସଭାର ସାଧାରଣ ସମ୍ପାଦକ ସାୟନ୍ତାନ ବସୁ ଏହି ଦୁର୍ଗା ପୂଜା କମିଟି ର ମୁଖ୍ୟ ଅଟନ୍ତି।କମିଟିର ସହଯୋଗୀ ସାଧାରଣ ସମ୍ପାଦକ ସୌରବନ୍ଦିପ୍ ଦତ୍ତ କହିଛନ୍ତି ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ।

ସାୟନ୍ତନ ବସୁ ଆମର ଅଧକ୍ଷ।ଏଥର ଦୁର୍ଗା ପୂଜା ଆରମ୍ଭ ତାରିଖ ନିର୍ଧାରଣ କରିବା ଲାଗି ଅମିତ୍ ଶାହା ଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବେ ବୋଲି କହିଛନ୍ତି।ଯଦି ଅମିତ୍ ଶାହା ଏହି ପ୍ରସ୍ତାବ ଗ୍ରହଣ କରନ୍ତି ତେବେ ତାହା ବିଜେପି ଲାଗି ଭଲ ବୋଲି ଦଳୀୟ ନେତା ମାନେ ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *