ନିକଟ ରେ ବୁଲିଯିବାକୁ ପ୍ଲାନ୍ ଅଛି କି? ଅଗଷ୍ଟ ମାସରେ ବୁଲି ଯାଆନ୍ତୁ ଏହି ଜାଗାକୁ

ଅଗଷ୍ଟ ମାସରେ ବୁଲି ଯାଆନ୍ତୁ ଏହି ଜାଗାକୁ

ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ଫ୍ରେସ ରଖିବାକୁ ବିଭିନ୍ନ ଜାଗା ବୁଲିବାକୁ ପସନ୍ଦ କରିଥାନ୍ତି ଅନେକ । ସାଧାରଣତ ଶୀତ ଦିନରେ ଅନେକ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ କିନ୍ତୁ ଆମେ ଏଠାରେ ଏମିତି କିଛି ସ୍ଥାନ ବିଷୟରେ କହିବୁ ଯେଉଠିକୁ ଆପଣ ବର୍ଷର ଅନ୍ୟଦିନ ମାନଙ୍କରେ ଯାଇପାରିବେ। ବର୍ଷର ଅନ୍ୟ ଦିନ ଠାରୁ ଅଗଷ୍ଟ ମାସରେ ବହୁ ସଂଖ୍ୟାକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳେ ଏହି ସ୍ଥାନରେ
ଜାଣନ୍ତୁ କିଛି ସ୍ଥାନ ବିଷୟରେ

 କୁମାରକୋମ, କେରଳ 

କେରଳର କୋତ୍ତ୍ୟମ ସହରରୁ 16କି.ମି ଦୂରରେ ଥିବା କୁମାରକୋମ ହେଉଛି ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ। ଆଉ ମନସୁନ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। କେରଳ ସରକାର ଏହି ଜାଗାକୁ ସ୍ପେସିଆଲ ଟୁରିଜମ ପ୍ଲେସର ମାନ୍ୟତା ଦେଇଛନ୍ତି। ଅନେକ କିଛି ହ୍ରଦ, ଛୋଟ ଛୋଟ ଦ୍ୱୀପ ଆପଣ ଦେଖିବାକୁ ପାଇବେ । ସ୍ଥାନେ ସ୍ଥାନେ ଫ୍ଲୋଟିଙ୍ଗ ବୋଟର ମଜା ଉଠେଇବାକୁ ପର୍ଯ୍ୟଟନମାନେ ଜୁନ ଓ ଅଗଷ୍ଟ ମାସରେ ଏଠାକୁ ଆସିଥାନ୍ତି

 ବିକାନର, ରାଜସ୍ଥାନ 

ରାଜଧାନୀ ଜୟପୁର ଠାରୁ 330 କିମି ଦୂର ଥିବା ଏହି ସହର ରାଜସ୍ଥାନର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ। 1488 ରେ ସ୍ଥାପିତ ହେଇଥିବ ବିକାନର ପୂର୍ବରୁ ଅନେକ ରାଜାଙ୍କ ଅଧୀନରେ ଥିଲା। ରାଜା ଶାସନର ଅନ୍ତ ଘଥିବାବେଳେ ଏବେ ଅନକେ ରାଜ ପ୍ରାସାଦ ହିଁ ଦେଖିବାକୁ ମିଳେ ଯାହା ପର୍ଯଟକଙ୍କ ଲାଗି ଉଦିଷ୍ଟ ରହିଛି। ତାହା ଛଡ଼ା ବିସ୍ତୀଣ୍ଣ ମରୁଭୂମିରେ ଓଟ ଭ୍ରମଣର ମଜା ଉଠେଇପାରିବେ। ଅଗଷ୍ଟ ମାସରେ ଏଠାରେ ଗରମ କମ ଅନୁଭୂତ ହେଉଥିବାରୁ ଅନେକ ବୁଲିବାକୁ ଯାଇଥାନ୍ତି

 ମହବଳେସ୍ବର, ମହାରାଷ୍ଟ୍ର 

ସତାରା ଜିଲ୍ଲାର ଏକ ଛୋଟ ସହର। ସହ୍ୟାଦ୍ରୀ ପର୍ବତମାଳାର ସବୁଜ ବନାନୀ ଭିତରେ ଗୋଟେ ହିଲ ଷ୍ଟେସନ ହେଉଛି ମହବଳେଶ୍ଵର। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନକେ ସମୟରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ। କ୍ରିଷ୍ଣାବାଇ ମନ୍ଦିର, ମଙ୍କି ପଏଣ୍ଟ, ଭେନା ଲେକ ଆଦି ପ୍ରମୁଖ ସ୍ଥାନ। ଗ୍ରୀଷ୍ମରେ କମ ଗରମ ଅନୁଭୂତ ହେଉଥିଲେ ମଧ୍ୟ। ମଂସୁନରେ ଅଧିକ ବର୍ଷା ହେଉଥିବାରୁ ପର୍ଯ୍ୟଟକ ଏହି ସମୟରେ ବୁଲିବାକୁ ଯାଇଥାନ୍ତି।

 ଡିୟୁ 

କେନ୍ଦ୍ର ଶାସିତ ଅଞ୍ଚଳ ଡ଼ାମନ-ଡିଉ ଏକ ଜିଲ୍ଲା ହେଉଛି ଡିଉ। ସବୁଠାରୁ କମ ଲୋକ ବାସ କରୁଥିବା ଜିଲ୍ଲା ଭାବେ ପରିଚିତ ଡିଉ ପର୍ଯ୍ୟଟନ କ୍ଷେତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର। ସେଣ୍ଟ ପୌଲ ଚର୍ଚ୍ଚ ହେଉଛି ଏଠିକାର ମୁଖ୍ୟ ଆକର୍ଷଣ ବିସ୍ତୀନ ବେଳାଭୂମି ସାଙ୍ଗକୁ ନାଇଡା କେଭ ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳି ରହିଛି

 

Leave a Reply

Your email address will not be published. Required fields are marked *