ଶିଶୁ ଗର୍ଭରେ ରହିବାଠାରୁ ଆରମ୍ଭ କରି ଜନ୍ମହେବା ପର୍ଯ୍ୟନ୍ତ କିସ୍ତିରେ ମିଳିବ ୬୦୦୦ ଟଙ୍କା:କେନ୍ଦ୍ର ରୁ ନୂଆ ଯୋଜନା

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଆଣିଛନ୍ତି ଏକ ନୂଆ ଯୋଜନା।ଯେଉଁଥିରେ ୫୦ ଲକ୍ଷ ଗର୍ଭବତୀ ଏବଂ ନବମାତୃତ୍ଵ ଲାଭ କରିଥିବା ମହିଳାଙ୍କୁ ମିଳିବ ଫାଇଦା।ଏହି ଯୋଜନା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା।ଏହି ସ୍କିମ ଅନୁସାରେ ୪୯,୫୮,୧୭୨ ଲକ୍ଷ ମହିଳା ଏବଂ ନୂଆ କରି ମାଆ ହୋଇଥିବା ମହିଳାଙ୍କୁ ୩ କିସ୍ଥିରେ ଟଙ୍କା ଦିଆଯାଏ।

ଏହି ଯୋଜନାରେ ଶିଶୁ ଗର୍ଭରେ ରହିବା ଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ମହିଳା ମାନେ ଲାଭ ଉଠାଇ ପାରିବେ।ଏଥିପାଇଁ ଯୋଗ୍ୟ ମହିଳାଙ୍କୁ ପ୍ରଥମେ ନିୟମ ମୁତାବକ ନଗଦ ଟଙ୍କା ଦିଆଯିବ।ଏହି ଟଙ୍କା ହେଉଛି ଜନନୀ ସୁରକ୍ଷା ଯୋଜନାରେ ଦିଆଯାଇଥିବା ଟଙ୍କା।ଯାହାର ଦାୟିତ୍ଵ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଲାଳୟ ଉପରେ ନ୍ୟସ୍ତ ଥାଏ।ଏହା ଦ୍ବାରା ଗର୍ଭବତୀ ମହିଳାଙ୍କୁ ଶିଶୁ ଜନ୍ମ ପରେ ୬୦୦୦ ଟଙ୍କା ଦେବାକୁ ପଡିଥାଏ।ଓଡ଼ିଶା ଏବଂ ତେଲେଙ୍ଗାନା ମାଆ ମାନଙ୍କର ପାଇଁ ଏଭଳି ଯୋଜନା ଚାଲୁ ରହିଛି।

Leave a Reply

Your email address will not be published. Required fields are marked *