ପାଣ୍ଡିଆନ ଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁ ଦାୟିତ୍ୱ 5T ସଚିବ ହେଲେ ପାଣ୍ଡିଆନ

ରାଜ୍ୟ ରାଜନୀତିରେ ପାଣ୍ଡିଆନ ଙ୍କ ଗୁରୁତ୍ୱ କେତେ ତାହା ସମସ୍ତଙ୍କୁ ଜଣା I କୌଣସି ପଦପଦବୀ ରେ ନଥାଇ ମଧ୍ୟ କେବଳ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନ ଙ୍କୁ ନେଇ ଚର୍ଚା ହୁଏ କି ସେ ରାଜ୍ୟ ରାଜନୀତି ର ଦ୍ୱିତୀୟ କ୍ଷମତା କେନ୍ଦ୍ର ଏବଂ ଦଳକୁ ପରିଚାଳନା କରନ୍ତି I ଏପରିକି ପୂର୍ବର ଚାଣକ୍ୟ କୁହାଯାଉଥିବା ପ୍ୟାରୀ ମୋହନ ମଧ୍ୟ ମାନିଥିଲେ ଯେ ପାଣ୍ଡିଆନ ହିଁ ଦ୍ୱିତୀୟ କ୍ଷମତା କେନ୍ଦ୍ର I କେବଳ ପ୍ୟାରୀ ନୁହନ୍ତି ଦାମ ବୈଜୟନ୍ତ ମଧ୍ୟ ପାଣ୍ଡିଆନ ଙ୍କୁ ଟାର୍ଗେଟ କରି ଦଳରେ ଅବହେଳିତ ହେଇ ବିଦା ହେଇଥିଲେ I ତେଣୁ ବିଜେଡି ରେ ପାଣ୍ଡିଆନ କେତେ ଗୁରୁତ୍ୱ ଏହା ହିଁ ତାହାର ସାମାନ୍ୟ ଉଦାହରଣ I

ତେବେ ନିକଟରେ ନିର୍ବାଚନ ରେ ବିଜେଡି ବିପୁଳ ବିଜୟ ପରେ ଏବେ ପାଣ୍ଡିଆନ ଙ୍କୁ ମିଳିଛି ଗୁରୁ ଦାୟିତ୍ୱ I ମୁଖ୍ୟମନ୍ତ୍ରୀ 5T ଉପରେ ଗୁରୁତ୍ୱ ଦେଉଥିବା ବେଳେ ସମସ୍ତ ଅଫିସର ଏବଂ ବିଧାୟକ ମାନଙ୍କୁ ଏହି 5T ପାଳନ କରିବାକୁ କହିଛନ୍ତି I ଆଉ ୟା ମଧ୍ୟରେ ପାଣ୍ଡିଆନ ଙ୍କୁ ଅତିରିକ୍ତ ଭାବରେ 5T ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *