ମଉସା ନେଇଗଲା ଝିଆରୀ ର ଇଜ୍ଜତ ,ମାଉସୀ ନଥିଲା ବେଳେ କହିଲା ତୁ ବହୁତ ସୁନ୍ଦର ଦେଖାଯାଉଛୁ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଏହାର ଶିକାର ହେଉଛନ୍ତି ନାବାଳିକା I ତେବେ ପରିବାର ର ନିଜ ଲୋକମାନଙ୍କ ଦ୍ୱାରା ବେଶୀ ନିର୍ଯାତିତ ହେଉଛନ୍ତି ନାବାଳିକା ଝିଅ ମାନେ I ଏମିତି ପୁଣି ଏକ ଘଟଣା ସାମ୍ନା କୁ ଆସିଛି ଜୟପାଟଣା ରେ I ନାବାଳିକା କଲେଜ ଛାତ୍ରୀ କୁ ନିଜ ମଉସା ବାଧ୍ୟ କରି ଦୁଷ୍କର୍ମ କରି ଗିରଫ ହେଇଛନ୍ତି I ସୂଚନା ଅନୁଯାଇ ଜୟପାଟଣା ରେ ରହୁଥିବା ମଉସା ଙ୍କ ପାଖରେ ନିଜ ଝିଆରୀ କଲେଜରେ ପାଠ ପଢିବାକୁ ରହିଥିଲେ I

ତେବେ ଗତ ଗୁରୁବାର ଦିନ ଘରେ କେହି ନଥିବା ବେଳେ ୪୦ ବର୍ଷ ବୟସ୍କ ମଉସା ଜ୍ୟୋତିରଞ୍ଜନ ଦାସ ନାବାଳିକା ଝିଆରୀ କୁ ନିଜ ପାଖକୁ ଡାକି ବସାଇଥିଲେ I ଏବଂ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ I ନାବାଳିକା ଝିଆରୀ ଜଣଙ୍କ ଯେତେ କାକୁତିମିନତି ହେଇଥିଲେ ମଧ୍ୟ ମଉସା ଛାଡି ନଥିଲା I ପରେ ଏନେଇ ଝିଆରୀ ଜଣଙ୍କ ତା ପରଦିନ ଥାନାରେ ଜଣାଇବା ପରେ ଏନେଇ ପୋଲିସ ଅଭିଯୁକ୍ତ ମଉସା ଙ୍କୁ ଗିରଫ କରିଛି

I ତେବେ ଏନେଇ ଅଭିଯୁକ୍ତ ମଉସା ଜଣଙ୍କ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ମିଛ କଥା ସେ ସମ୍ପୂର୍ଣ୍ଣ ନିର୍ଦୋଷ ଅଟନ୍ତି I ତେବେ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ନାବାଳିକା କୁ ଶିଶୁ ସୁରକ୍ଷା କମିଟି ସୁଧାର ଗୃହରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *