ପାକିସ୍ତାନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ଜଣଙ୍କର ମୃତ୍ୟୁ

ପାକିସ୍ଥାନ ରେ ଏକ ପାକିସ୍ଥାନୀ ସେନା ବିମାନ ଦୁର୍ଘଟଣା ର ଶିକାର ହୋଇଛି ଯେଉଁଥିରେ କି ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ର ଭୟାବହତା କୁ ଦେଖି ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଅନୁମାନ କରାଯାଉଛି।

ସୂଚନା ଅନୁସାରେ ପାକିସ୍ଥାନ ର ରାୱାଲପିଣ୍ଡି ଠାରେ ଏକ ପାକିସ୍ଥାନୀ ବିମାନ ର ଦୁର୍ଘଟଣା ଘଟିଛି। ଏଥିରେ ମୃତ୍ୟୁ ବରଣ କରିଥିବା ମୃତକ ଙ୍କ ମଧ୍ୟରୁ ୫ ଜଣ ସୈନିକ ଥିବାବେଳେ ଅନ୍ୟ ମାନେ କର୍ମଚାରୀ ବୋଲି ଜଣାପଡିଛି। କିନ୍ତୁ ବିମାନ ଦୁର୍ଘଟଣା ର କାରଣ କିଛି ସ୍ପଷ୍ଟ ହୋଇନାହିଁ। ରୱାଲପିଣ୍ଡି ର କଲୁ ଗାଆଁ ନିକଟ ରେ ଏହି ବିମାନ ଟି ଖସି ପଡ଼ିଥିଲା।

ପାକିସ୍ଥାନ ସେନା ପକ୍ଷରୁ କୁହାଯାଇଛି ଯେ ବିମାନ ଟି ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଦୁର୍ଘଟଣା ର ଶିକାର ହୋଇଛି। ଦୁର୍ଘଟଣା ର ଅନେକ ଶିକାର ହୋଇଥିବାରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ ଛୋଟ ବିମାନ ରେ ଅଧିକ ସଂଖ୍ୟାର ଲୋକ ବସିଥିବାରୁ ବିମାନ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଛି। କିନ୍ତୁ ଦୁର୍ଘଟଣା ର ସଠିକ୍ କାରଣ ଏ ଯାଏ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *