ବିଦେଶ ରେ ଦମ୍ ଦେଖାଇଲେ ପ୍ରତାପ , ଆଫ୍ରିକା ସହିତ ଏମଓୟୁ ଚୁକ୍ତି ସ୍ବାକ୍ଷର କଲେ

ରାଷ୍ଟ୍ରପତି ଙ୍କ ସହିତ 8ଦିନିଆ ବିଦେଶ ଯାଇଛନ୍ତି କେନ୍ଦ୍ରମନ୍ତ୍ରି ପ୍ରତାପ ଷଡ଼ଙ୍ଗୀ I ଆଫ୍ରିକା ର ବେନିନ, ଗାମ୍ବିୟା ଓ ଗୁଏନା ଗସ୍ତ କରିଛନ୍ତି ଉଭୟ I ଗତକାଲି ଆଫ୍ରିକା ରାଷ୍ଟ୍ରପତି ପାଟ୍ରିକ ଟାଲୋନଙ୍କ ସହିତ ସାକ୍ଷାତ କରିଥିଲେ I ସେଠାରେ ପହଁଚିବା ପରେ ଉଭୟ ଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯାଇଥିଲା I କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଫ୍ରିକାର ବେନିନ ବୈଦେଶିକ ମନ୍ତ୍ରାଳୟର ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ଆର୍ଥିକ କାରବାର ବୃଦ୍ଧି ନିମନ୍ତେ ଏମଓୟୁ ଚୁକ୍ତି ସ୍ବାକ୍ଷର କରିଛନ୍ତି I

ସୂଚନା ଥାଉ କି ବାଲେଶ୍ୱର ସାଂସଦ ଙ୍କ ବିଜୟ ପରେ ସୋସିଆଲ ମିଡିଆରେ ରାତାରାତି ଲୋକପ୍ରିୟ ହେଇପାରିଥିବା ପ୍ରତାପ ଷଡ଼ଙ୍ଗୀ ସଂସଦ ରେ ମଧ୍ୟ ନିଜର କମାଲ ଦେଖାଇଥିଲେ I

ଏକାସାଙ୍ଗରେ 5ଟି ଭାଷା ରେ ଅଭିଭାଷଣ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିବା ପ୍ରତାପ ଙ୍କ ବିଦେଶ ରେ ମଧ୍ୟ ଫଲୋୟର୍ସ ବଢ଼ିବାରେ ଲାଗିଛି I

Leave a Reply

Your email address will not be published. Required fields are marked *