ଶେଷରେ ବାହାହେଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ , ମୁମ୍ବାଇରେ ପ୍ରବାସୀ ଭାରତୀୟଙ୍କୁ ବିବାହ କଲେ

ବଲିଉଡର ଅଭିନେତ୍ରୀ ରାକ୍ଷୀ ସାୱାନ୍ତ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ସେ ପୁଣି ଜଣେ ପ୍ରବାସୀ ଭାରତୀୟ।ସୋମବାର ମୁମ୍ବାଇର ଜେ ମାରୀୟଟ ହୋଟେଲରେ ସେ ବିବାହ କରିଛନ୍ତି ବୋଲି ଜଣା ପଡିଛି।ସେ ବିବାହ ନେଇ ଏତେ ଆଡମ୍ବର ନ କରି କେବଳ ତାଙ୍କର ପରିବାର ଲୋକ ଏବଂ ୪-୫ ଜଣ ଅତିଥି ଙ୍କୁ ନେଇ ସେ ବିବାହ କରିଛନ୍ତି।

ସୂଚନା ମୁତାବକ କିଛି ମାସ ପରେ ସେ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ରେ ପ୍ରତିଯୋଗୀ ଦୀପକ୍ କଲାଲା ଙ୍କୁ ବିବାହ କରିବେ ବୋଲି ଘୋଷଣା କରିଥିଲେ।ଯାହାକୁ ନେଇ ଚର୍ଚ୍ଚା ଜୋର ଧରଥିଲା।କିନ୍ତୁ ପରେ ସେ ନିଜେ ଏହାକୁ ପବ୍ଲିଶିଟି ଷ୍ଟନ୍ଟ କହି ସବୁ ଚର୍ଚ୍ଚାର ଅବସାନ ଘଟାଇଥିଲେ।ଆଉ ଏବେ ପୁଣି ତାଙ୍କର ବିବାହ କଥା ସାମ୍ନା କୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *