ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌ ସୋ’ରେ ପ୍ରଧାନମନ୍ତ୍ରୀ ମୋଦୀ: ୧୮୦ ଦେଶ ରେ ଦେଖିବେ ଲୋକ

,ଟେଲିଭିଜନ ରେ ପ୍ରସାରଣ ହଉଥିବା ଜନପ୍ରିୟ ସୋ ‘ ମ୍ୟାନ୍ ଭର୍ଶେଶ୍ ୱ୍ୟାଇଲଡ୍ ‘ କାର୍ଯ୍ୟକ୍ରମ ର ହୋଷ୍ଟ୍ ବେୟର ଗ୍ରିଲ୍ସ ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖା ଦେବେ। ଏହି କାର୍ଯ୍ୟକ୍ରମ ଟି ଡିଷ୍କଭରି ଚ୍ୟାନେଲ ରେ ଅଗଷ୍ଟ ୧୨ ତାରିଖ ଦିନ ପ୍ରସାରଣ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଵେୟର ଗ୍ରିଲିଶ୍ ଙ୍କ ସହ ଉତ୍ତରାଖଣ୍ଡ ର ଅରଣ୍ୟରାଜି ମଧ୍ୟ କୁ ଯାଇଥିଲେ।

ଏହି ଭିଡ଼ିଓ ର ଏକ ଅଂଶ କୁ ବେୟର ତାଙ୍କ ଟୁଇଟର ଆକାଉଣ୍ଟ୍ ରେ ସେୟାର କରିଛନ୍ତି। ଏହି ଭିଡ଼ିଓ ରେ ମୋଦି ଏକ ନଈ ରେ ଗୋଟିଏ ଡଙ୍ଗା ରେ ବସି ଏହି ଆଡଭେଞ୍ଚର୍ ସୋ ରେ ତାଙ୍କ ସହ ଯାଉଛନ୍ତି।

ଏହି କାର୍ଯ୍ୟକ୍ରମ ରେ ମୋଦି ହୋଷ୍ଟ ଙ୍କ ସହ ଅନେକ ବାର୍ତ୍ତାଳାପ କରିଛନ୍ତି। ଯେପରି କି ମୋଦି ତାଙ୍କୁ ଭାରତ କୁ ସ୍ଵାଗତ କରିଛନ୍ତି ଏବଂ ନରେନ୍ଦ୍ର ମୋଦୀ ଭାରତ ର ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସେଠାରେ ସୁରକ୍ଷା ଦେବା ତାଙ୍କ ର ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ ବୋଲି ହୋଷ୍ଟ କହିଛନ୍ତି।

ଏହି କାର୍ଯ୍ୟକ୍ରମ ଡିଷ୍କଭରି ଚ୍ୟାନେଲ ରେ ଅଗଷ୍ଟ ୧୨ ତାରିଖ ରାତି ୯ ରେ ପ୍ରସାରଣ କରାଯିବ।

Leave a Reply

Your email address will not be published. Required fields are marked *