ପ୍ରେମିକା ଆଗରେ କଟିଲା ପ୍ରେମିକର ବେକ। ଏକ ତରଫା ପ୍ରେମ ସାଜିଲା କାଳ

ପ୍ରେମ ବ୍ୟାପାର ରେ କଟିଲା ବେକ
ପ୍ରେମ ବ୍ୟାପାରରେ ଝିଅ ଘର ଲୋକ ପୁଅର ବେକ କାଟିଦେଇଛନ୍ତି।ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକରୁ। ଘଟଣାକୁ ଜଣା ପଡ଼ିଛି ଯେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କାନପୁର ଗ୍ରାମର ରାଜକୁମାର ଦାସ ଜଣେ ଯୁବତୀକୁ ପ୍ରେମ କରୁଥିଲେ। ରାଜକୁମାର ବାଙ୍ଗାଲୋରରେ କାମ କରନ୍ତି। ତେବେ କଥା ବାର୍ତା କରିବା ବାହାନାରେ ଡାକି ଝିଅ ଘର ଲୋକ ରାଜକୁମାରଙ୍କ ବେକ କାଟିଥିବା ଅଭିଯୋଗ କରିଛନ୍ତି ନିଜେ ରାଜକୁମାର। ସେପଟେ ଏକ ତରଫା ପ୍ରେମରେ ବିଫଳ ହେବା ଯୋଗୁ ରାଜକୁମାର ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ଝିଅ ଘର ଲୋକ। ଗୁରୁତର ଅବସ୍ଥାରେ ପୁଅକୁ ପ୍ରଥମେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଛି। ଘଟଣାକୁ ପୋଲିସ ଗୁରୁତ୍ୱ ସହ ନେଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *