ଗ୍ରେନେଡ଼ ଓ ଏକେ-୪୭ ଧରି ମଇଦାନକୁ ଯିବେ ଧୋନି

ହାତରେ ଏକେ ୪୭ ଧରି ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ଆଜିଠାରୁ ଧୋନି ନିଜର ମିଶନ ଆରମ୍ଭ କରିବେ।ସେ ଆଜିଠାରୁ କାଶ୍ମୀରର ଆତଙ୍କବାଦ ନିରୋଧ ୟୁନିଟ୍ ରେ ପ୍ରଥମ ଥର ପାଇଁ ସାମିଲ ହେବେ।ଏହି ସମୟରେ ମାହି ପାରା କମାଣ୍ଡ ଙ୍କ ସହ ୧୫ ଦିନ ରହି କାର୍ଯ୍ୟ କରିବେ।ଏହା ପରେ ସେ ଟ୍ରେନିଂ ପାଇଁ ବାଙ୍ଗାଲୋର ଯିବେ।ତାଙ୍କର କାଶ୍ମୀରରେ ଏହି ୧୫ ଦିନ ରହଣି କୁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ମନା ଯାଉଛି।

କାରଣ ଧୋନି
ଆତଙ୍କବାଦୀଙ୍କ ଦ୍ଵାରା ପ୍ରଭାବିତ ଅଞ୍ଚଳରେ ୧୯ କିଲୋର ସାମଗ୍ରୀ ବୋହି ଚାଲିବାକୁ ପଡିବ।ଏବଂ ଏହି ସମୟରେ ଧୋନି ସେନାର ଅଫିସରଙ୍କ ସହ ନ ରହି ୬୦ ଜଣିଆ ସୈନିକଙ୍କ ସହ ରହିବେ।ଧୋନି ଓ ତାଙ୍କ ସହ ଥିବା ସୈନିକ ଙ୍କ ଦଳ ଅସ୍ତ୍ରଶସ୍ତ୍ର ଧରି ଶ୍ରୀନଗରର ବାଦାମୀ ବାଗ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ ରେ ସାମିଲ୍ ହେବେ।ଏବଂ ତାଙ୍କୁ ୮ ଘଣ୍ଟାର ସିଫ୍ଟ୍ ମଧ୍ୟ କରିବାକୁ ପଡ଼ିବ।ଏହି ସମୟରେ ଧୋନି ବଙ୍କର୍ ମଧ୍ୟରେ ରହି ସୈନିକ ଙ୍କ ସୁରକ୍ଷା ମଧ୍ୟ କରିବେ।

Leave a Reply

Your email address will not be published. Required fields are marked *