Home ତାଜା ଖବର ପୋଲିସ ଙ୍କ ପାଇଁ ସୁରକ୍ଷା ଦାବି କରୁଥିଲେ ଏସିପି ,ଗୃହବିଭାଗ ଚାକିରିରୁ ନିଲମ୍ବିତ କରିଦେଲା

ପୋଲିସ ଙ୍କ ପାଇଁ ସୁରକ୍ଷା ଦାବି କରୁଥିଲେ ଏସିପି ,ଗୃହବିଭାଗ ଚାକିରିରୁ ନିଲମ୍ବିତ କରିଦେଲା

ସୁରକ୍ଷିତ ନୁହନ୍ତି ପୋଲିସ ,ଯିଏ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ନିଯୁକ୍ତ ସେମାନେ ସୁରକ୍ଷିତ ନୁହନ୍ତି I ସେମାନଙ୍କୁ ସୁରକ୍ଷା ଦରକାର ଏକଥା ଆମେ କହୁନୁ ଖୋଦ ଓଡିଶା ପୋଲିସ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍‌ ମିଶ୍ର ଦାବି କରିଛନ୍ତି I କିଛିଦିନ ତଳେ ଢ଼ାବା ରେ ଏକ ନାବାଳକ ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ବାଲିଆପାଳ ଥାନା ଅଧିକାରୀ ଙ୍କୁ ସାଧାରଣ ଜନତା ନିର୍ଘାତ ପିଟିଥିଲେ I ଏହି ଘଟଣା ପରେ ଏସିପି ସାମ୍ବାଦିକ ସମ୍ମିଳନୀ ଅସୁରକ୍ଷିତ ବୋଲି କହିବା ସହିତ ପୋଲିସ କୁ ସୁରକ୍ଷା ଦାବି କରିଥିଲେ I

ଏହା ସହିତ ରାଜ୍ୟରେ ପୋଲିସ ବିଭାଗରେ ବହୁ ପଦବୀ ଫାଙ୍କା ପଡିଛି ଏହାକୁ ତୁରନ୍ତ ପୂରଣ କରାଯାଉ I ସବୁ ଥାନାରେ ଆବଶ୍ୟକ ପରିମାଣରେ ପୋଲିସ ଯୋଗାଇଦେବାକୁ ମଧ୍ୟ ଦାବି କରିଥିଲେ I ତେବେ ପୋଲିସ ପାଇଁ ସୁରକ୍ଷା ମାଗିବା ମହଙ୍ଗା ପଡିଛି ଏସିପି ଙ୍କୁ I ଏସିପି ଙ୍କୁ ଗୃହବିଭାଗ ତରଫରୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ...

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା...

ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ...

15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ...