ପୋଲିସ ଙ୍କ ପାଇଁ ସୁରକ୍ଷା ଦାବି କରୁଥିଲେ ଏସିପି ,ଗୃହବିଭାଗ ଚାକିରିରୁ ନିଲମ୍ବିତ କରିଦେଲା

ସୁରକ୍ଷିତ ନୁହନ୍ତି ପୋଲିସ ,ଯିଏ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ନିଯୁକ୍ତ ସେମାନେ ସୁରକ୍ଷିତ ନୁହନ୍ତି I ସେମାନଙ୍କୁ ସୁରକ୍ଷା ଦରକାର ଏକଥା ଆମେ କହୁନୁ ଖୋଦ ଓଡିଶା ପୋଲିସ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍‌ ମିଶ୍ର ଦାବି କରିଛନ୍ତି I କିଛିଦିନ ତଳେ ଢ଼ାବା ରେ ଏକ ନାବାଳକ ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ବାଲିଆପାଳ ଥାନା ଅଧିକାରୀ ଙ୍କୁ ସାଧାରଣ ଜନତା ନିର୍ଘାତ ପିଟିଥିଲେ I ଏହି ଘଟଣା ପରେ ଏସିପି ସାମ୍ବାଦିକ ସମ୍ମିଳନୀ ଅସୁରକ୍ଷିତ ବୋଲି କହିବା ସହିତ ପୋଲିସ କୁ ସୁରକ୍ଷା ଦାବି କରିଥିଲେ I

ଏହା ସହିତ ରାଜ୍ୟରେ ପୋଲିସ ବିଭାଗରେ ବହୁ ପଦବୀ ଫାଙ୍କା ପଡିଛି ଏହାକୁ ତୁରନ୍ତ ପୂରଣ କରାଯାଉ I ସବୁ ଥାନାରେ ଆବଶ୍ୟକ ପରିମାଣରେ ପୋଲିସ ଯୋଗାଇଦେବାକୁ ମଧ୍ୟ ଦାବି କରିଥିଲେ I ତେବେ ପୋଲିସ ପାଇଁ ସୁରକ୍ଷା ମାଗିବା ମହଙ୍ଗା ପଡିଛି ଏସିପି ଙ୍କୁ I ଏସିପି ଙ୍କୁ ଗୃହବିଭାଗ ତରଫରୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି I

Leave a Reply

Your email address will not be published. Required fields are marked *