ହୋମଗାର୍ଡଙ୍କ ପାଇଁ ଖୁସି ଖବର, ପୋଲିସ କନଷ୍ଟେବଳଙ୍କ ଭଳି ପାଇବେ ସମାନ ଦରମା

ସମାନ କାମକୁ ସମାନ ଦରମା I କିନ୍ତୁ ସାଧାରଣତଃ ଏହା ପାଳନ କରାଯାଉନାହିଁ ଏହାକୁ ନେଇ ସୁପ୍ରିମ କୋର୍ଟ ରେ ଦ୍ୱାରସ୍ଥ ହେଇଥିଲେ ଉତ୍ତରପ୍ରଦେଶ ର ହୋମଗାର୍ଡ ମାନେ I ସେମାନେ ଅଭିଯୋଗ କରିଥିଲେ କି ପୋଲିସ କନଷ୍ଟେବଳ ଙ୍କ ଭଳି ସେମାନେ ସମାନ କାମ କରୁଥିଲେ ମଧ୍ୟ ତାଙ୍କୁ କନେଷ୍ଟେବଳ ଙ୍କ ଭଳି ସର୍ବନିମ୍ନ ଦରମା ମିଳୁନାହିଁ I ତେବେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ହୋମଗାର୍ଡ ଙ୍କୁ କନେଷ୍ଟେବଳ ଙ୍କ ଭଳି ସମାନ ଦରମା ଦେବାକୁ ରାୟ ଦେଇଥିଲେ କିନ୍ତୁ ୟୁପି ସରକାର ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ର ଦ୍ୱାରସ୍ଥ ହେଇଥିଲେ I

ତେବେ ସୁପ୍ରିମ କୋର୍ଟ ମଧ୍ୟ ମାମଲା ର ଶୁଣାଣି କରି ହାଇକୋର୍ଟ ର ନିଷ୍ପତି କୁ ସନମାନ ଦେଇ ହୋମଗାର୍ଡ ଙ୍କୁ କନେଷ୍ଟେବଳ ଙ୍କ ଭଳି ସମାନ ଦରମା ଦେବାକୁ ଘୋଷଣା କରିଛନ୍ତି Iଏହା ଫଳରେ ହୋମଗାର୍ଡ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି I ଏହାଦ୍ୱାରା ପାଖାପାଖି ୭୦ ହଜାର ହୋମଗାର୍ଡ ଲାଭବାନ ହେବେI ଏହାକୁ ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ କରିବାକୁ ବିଭିର୍ଣ୍ଣ ମହଲରେ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *