ବୃଦ୍ଧ ଅବସ୍ଥାରେ ବାପାକୁ ପୁଅ ବୋହୂ ପଚାରିଲେନି ଓ ନିର୍ଯ୍ୟାତନା ଦେଲେ : ବାପା ନିଜ ସମସ୍ତ ସମ୍ପତି ରାଷ୍ଟ୍ର କୁ ଦାନ ଦେଇଦେଲେ

ବାପା ମା ସନ୍ତାନ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଦେଇଥାନ୍ତି I ନିଜେ ନଖାଇ , ନପିଇ ପିଲାମାନଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି I ଜୀବନରେ ଯେତେ କଷ୍ଟ ସହିଲେ ବି ପିଲାମାନଙ୍କ କଷ୍ଟ ଦେଖିପାରିନଥାନ୍ତି I କିନ୍ତୁ ଆଜିକା ଯୁଗରେ ପିତା ମାତା ମାନେ ସନ୍ତାନ ପାଇଁ ବୋଝ ପାଲଟି ଯାଆନ୍ତି ପରିଣତ ବୟସରେ I ଶେଷ ବୟସରେ ବାପା ମା ଙ୍କୁ ଟିକିଏ ସାହାରା ଦେବା ବଦଳରେ ଜରାଶ୍ରମରେ ଛାଡିଦେଇଥାନ୍ତି କିମ୍ବା ଘରୁ ବାହାର କରିଦେଇଥାନ୍ତି I

ଅଧିକାଂଶ ସମୟରେ ମଧ୍ୟ ଦେଖିବାକୁ ମିଳୁଛି କି ବୃଦ୍ଧ ପିତାମାତା ମାନଙ୍କୁ ସନ୍ତାନ ମାନେ ମାଡ ମାରିବାକୁ ପଛାଇ ନଥାନ୍ତି Iଏହା ତ ନିତିଦିନିଆ ଘଟଣା ହେଇଗଲାଣି ତେବେ ଯାଜପୁର ରେ ଦେଖିବାକୁ ମିଳିଛି ଏକ ଅଲଗା ପ୍ରକାର ଘଟଣା I ନିଜ ସନ୍ତାନ ପରିଣତ ବୟସରେ ବାପା କୁ ମାଡ ସହିତ ନିର୍ଯାତନା କଷ୍ଟ ଦେବାରୁ ନିଜ କଷ୍ଟ ଉପାର୍ଜିତ ଅର୍ଥ କୁ ଦେଶ କୁ ଦାନ କରିଦେଇଛନ୍ତି ଜଣେ ବୃଦ୍ଧ ବାପା I

ଖବର ଅନୁଯାଇ ଘଟଣାଟି ଯାଜପୁର ଦଶରଥପୁର ମୁରାରୀପୁର ଗାଁର I ଏହି ଗ୍ରାମର ବରିଷ୍ଠ ନାଗରିକ କ୍ଷେତ୍ରମୋହନ ମିଶ୍ର ଙ୍କ ଏହା ଘଟଣା I ଛୋଟ ବେଳୁ ନିଜ ପୁଅକୁ ବଢ଼ାଇ ମଣିଷ କରିଥିଲେ ,ପୁଅ କିପରି ପାଞ୍ଚ ଜଣରେ ଜଣେ ହେବ ଚେଷ୍ଟା କରିଥିଲେ କିନ୍ତୁ ପୁଅ ବଡ ହେବାପରେ ବାପା କୁ ପଚାରିଲେ ନାହିଁ I ପରିଣତ ବୟସରେ ବାପା ର ପୁଅ ସାହାରା ହେବା ବଦଳରେ ବାପା ପାଲଟିଗଲା ପୁଅ ପାଇଁ ବୋଝ I

ଦିନକୁ ଦିନ ପୁଅ ବୋହୁ ର ନିର୍ଯାତନା ଅଧିକ ହେବାରୁ ବାପା ନିଜର ସମସ୍ତ ସ୍ଥାବର ଅସ୍ଥାବର ସଞ୍ଚିତ ସଂପତ୍ତିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଦାନ କରିଦେଇଛନ୍ତି । ଏନେଇ ଏକ ଉଇଲ୍‌ କରି ଜିଲ୍ଲାପାଳ ଙ୍କୁ ଦେଇଛନ୍ତି ଏବଂ ବାକି ଜୀବନ ଏକ ଜରାଶ୍ରମ ରେ କାଟିଦେବାକୁ ମନସ୍ତ କରିଛନ୍ତି I କେବଳ ଏତିକି ନୁହେଁ ମୃତ୍ୟୁ ପରେ ନିଜ ଶରୀର କୁ ମଧ୍ୟ ଗବେଷଣା ପାଇଁ ସମର୍ପିତ ବୋଲି ଲିଖିତ ଦେଇଛନ୍ତି I ଏହା ନିହାତି ଭାବରେ ଆଜିକା ଯୁଗରେ ଯେଉଁ ପୁଅ ବୋହୁ ମାନେ ବାପା ମା କୁ ପଚାରୁନାହାନ୍ତି ସେମାନଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା Iଅନ୍ୟପକ୍ଷରେ ପୁଅ ଏହାକୁ ଖଣ୍ଡନ କରିବା ସହିତ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ I

Leave a Reply

Your email address will not be published. Required fields are marked *