ଆଜି ହେଉଛି ଚିତାଲାଗି ଅମାବାସ୍ୟା, ପଢ଼ନ୍ତୁ ଶ୍ରୀଜୀଉଙ୍କ ମଥାରେ ଶୋଭା ପାଉଥିବା ରତ୍ନଚିତା ବିଷୟରେ।

~ଚିତାଲାଗି ଅମାବାସ୍ଯା ~
ଶ୍ରୀ ମନ୍ଦିର ସ୍ୱତ୍ୱଲିପି ରେ ଉଲ୍ଲେଖ ଅଛି ଶ୍ରୀ ବଳଭଦ୍ର ଙ୍କ ସ୍ଵର୍ଣ୍ଣ ଚିତା ମଝିରେ ଏକ ବଡ ମର୍କତ ପଥର ରହିଛି। ଏହାର ଚାରି ପାର୍ଶ୍ୱରେ ପାଞ୍ଚ ଟି ବେଢ ରେ ଛୋଟ ଛୋଟ ମାଣିକ୍ୟ,ହୀରା,ମର୍କତ ବା ପାନ୍ନା ଏବଂ ନୀଳା ପଥର ରହିଛି।

 

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚିତା ମଝିରେ ଏକ ବଡ ନାୟକ ହୀରା ପଥର ରହିଛି। ଚିତା ର ସାତଟି ବେଢରେ ଛୋଟ ଛୋଟ ପଥର ଯଥା,ହୀରା,ମାଣିକ୍ୟ,ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି। ଚିତା ର ଶୀର୍ଷରେ ପାନ ପତ୍ର ଆକୃତି ର ହୀରା ପଥର ରହିଛି,ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ।

 

ଦେବୀ ସୁଭଦ୍ରା ଙ୍କ ଚିତା ମଝିରେ ଏକ ମର୍କତ ବା ପାନ୍ନା ପଥର ରହିଛି ଏହି ଚିତା ର ତିନି ବେଢ ରେ ଛୋଟ ଛୋଟ ମାଣିକ୍ୟ। ମର୍କତ ଓ ମାଣିକ୍ୟ ଚୁନି ରହିଛି।

ଏହି ତିନୋଟି ସ୍ଵର୍ଣ୍ଣ ଓ ବହୁ ମୂଲ୍ୟବାନ ରତ୍ନ ପଥର ଖଚିତ ଚିତା ଗୁଡ଼ିକୁ ଶ୍ରୀ ମନ୍ଦିର ପରି ଭାଷା ରେ ଶ୍ରୀ ଜଗନ୍ନାଥ ଙ୍କ ଚିତା କୁ ହୀରା ଚିତା। ଶ୍ରୀ ବଳଭଦ୍ର ଙ୍କ ଚିତା କୁ ମର୍କତ ଚିତା ବା ପାନ୍ନା ଚିତା ଏବଂ ଦେବୀ ସୁଭଦ୍ରା ଙ୍କ ଚିତା କୁ ମର୍କତ ଚିତା କୁହଯାଏ।
କିମ୍ବଦନ୍ତୀ ଅନୁଯାୟୀ ଗୋବର୍ଦ୍ଧନ ପୀଠ ର ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ସୋନପୁର ରୁ ପାତାଳୀ ଶ୍ରୀକ୍ଷେତ୍ର ରୁ ବିଗ୍ରହ ମାନଙ୍କ ଉଦ୍ଧାର କରି ମହାପ୍ରଭୁ ମାନଙ୍କୁ ପଟ୍ଟାଭିଷେକ କରି ହୀରା ଖଚିତ ସୁବର୍ଣ୍ଣ ଚିତା ମାନ ଲାଗି କରିଥିଲେ।

ଆଜି ପତି ଓଡ଼ିଆ ଘରେ ଘରେ ଚିତଉ ପିଠା ର ସମାହାର। ଆନନ୍ଦ ଉଲ୍ଲାସ ସହ ଓଡିଆ ସସ୍କୃତି ଓ ପରମ୍ପରା ଶ୍ରୀ ଜଗନ୍ନାଥ ସଂସ୍କୃତି ଅତୀବ ମହନୀୟ। ମାନବୀୟ ଲୀଳା ର ପ୍ରତୀକ ଶ୍ରୀ ଜଗନ୍ନାଥ ସଦା ସର୍ବଦା ଆମ ମାନଙ୍କୁ ଅଖଣ୍ଡ କୃପା ପ୍ରଦାନ କରନ୍ତୁ।

ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *