ଏହା କଣ ସତ? ସେପ୍ଟେମ୍ବର ୨୩ ହେବ ପୃଥିବୀର ଶେଷ ଦିନ।

ଆଉ ମାସ କେଇଟା ପରେ ପୃଥିବୀ ଧ୍ୱଂସ ହେଇଯିବ। ହଁ ଆଜ୍ଞା ଏଭଳି କିଛି ଖବର ଏବେ ବିଭିନ୍ନ ୱେବସାଇଟ ବ୍ଲଗ ରେ ଦେଖିବାକୁ ମିଳୁଛି। ସେପ୍ଟେମ୍ବର ୨୩ତାରିଖ ହେବ ପୃଥିବୀର ଶେଷ ଦିନ ଏହି ଖବର ଏବେ ଚାରିଆଡେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ସବୁଆଡେ ଆତଂଙ୍କ ସୃଷ୍ଟି ହେବାରେ ଲାଗିଛି।

ବିଭିନ୍ନ ବ୍ଲଗ ଓ ୱେବସାଇଟ ରେ ଲେଖା ଯାଇଛି ଯେ ସେପ୍ଟେମ୍ବର ୨୦ରେ ଏକ ଗ୍ରହ ପୃଥିବୀକୁ ଧକ୍କା ଦେବ। ଫଳରେ ପୃଥିବୀ ଧ୍ୱଂସ ହେଇଯିବ ଓ ମାନବ ସଭ୍ୟତାର ଅନ୍ତ ଘଟିବ। ଆହୁରି ମଧ୍ୟ କୁହା ଯାଉଛି ଯେ ପୃଥିବୀର ଏକ ଶକ୍ତି ଶାଳୀ ଦେଶ ପାଖରେ ଏହାର ସମ୍ପୁର୍ଣ୍ଣ ତଥ୍ୟ ଅଛି କିନ୍ତୁ ଆତଙ୍କ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତାହାକୁ ସାର୍ବଜନୀନ କରାଯାଉନାହିଁ। ତେବେ ଏହାକୁ ନେଇ ଆରମ୍ଭ ହେଇଯାଇଛି ଅନେକ ତର୍କ ବିତର୍କ।

ତେବେ ନାସା ଏହାକୁ ଗୁଜବ ବୋଲି କହିଛି। ତେବେ ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ପୃଥିବୀ ସହ କୌଣସି ଗ୍ରହ କି ଧୂମକେତୁ ଧକ୍କା ହେବାର ସମ୍ଭାବନା ନାହିଁ ବୋଲି ନାସା ତରଫରୁ କୁହା ଯାଇଛି।

Leave a Reply

Your email address will not be published. Required fields are marked *