ଅଡୁଆରେ ଦାମ ,ଦାମ ଙ୍କୁ ଓକିଲ ନୋଟିସ୍

ବରିଷ୍ଠ ନେତା ଦାମୋଦର ଙ୍କୁ ନୋଟିସ ପଠାଇଛନ୍ତି କଂଗ୍ରେସ ପ୍ରାଥୀ ଜୟନ୍ତ ଙ୍କ ଓକିଲ I ପାଟକୁରା ନିର୍ବାଚନ ରେ କଂଗ୍ରେସ ପ୍ରାଥୀ ଜୟନ୍ତ ମାତ୍ର 2090 ଖଣ୍ଡ ଭୋଟ ପାଇଥିବା ବେଳେ ପୂର୍ବଥର ପାଇଥିଲେ 42ହଜାର ରୁ ଉର୍ଧ I ଏଥରକ 40ହଜାର ଭୋଟ କୁଆଡେ ଗଲା ବୋଲି ଦାମ ପ୍ରଶ୍ନ କରିଥିଲେ ଏପରିକି ସିଧାସଳଖ ଦାମ ଅଭିଯୋଗ କରିଥିଲେ ଯେ କଂଗ୍ରେସ ଭୋଟ ସବୁ ନିରଞ୍ଜନ ଏବଂ ଜୟନ୍ତ ମିଶିକି ବିଜେଡି କୁ ବିକିଦେଇଛନ୍ତି I ଏପରିକି ଆହୁରି ଦାମ କହିଥିଲେ ଯେ ପାଟକୁରା ରେ ବିଜେଡି ର ବିଜୟ ର ଶ୍ରେୟ ଓଡିଶା କଂଗ୍ରେସ ପିସିସି ମୁଖିଆ ନିରଞ୍ଜନ ଙ୍କୁ ଦିଆଯିବ I ଏହାକୁ ନେଇ ଜୟନ୍ତ ଙ୍କ ଦାମୋଦର ରାଉତଙ୍କୁ ନୋଟିସ୍ ପଠାଇଛନ୍ତି । ଜୟନ୍ତ ଙ୍କ କହିବାନୁଯାୟୀ ଦାମ ଙ୍କ ଅଭିଯୋଗ ପରେ ସେ ଭାଙ୍ଗିପଡିଛନ୍ତି ଏବଂ ମାନସିକ କଷ୍ଟ ପାଉଛନ୍ତି I ତେଣୁ ଦାମ ତାଙ୍କ ବିରୁଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ପ୍ରମାଣ କିମ୍ବା ଉତ୍ତର ରଖନ୍ତୁ ନଚେତ ସେ ଆଇନର ଆଶ୍ରୟ ନେବେ

I ଅପରପକ୍ଷରେ ଦାମ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ଜୟନ୍ତ ଙ୍କୁ ଟାର୍ଗେଟ କରିନଥିଲେ କଂଗ୍ରେସ କୁ କହିଥିଲେ I ପୂର୍ବଥର 42ହଜାର ଭୋଟ ପାଇଥିବା ବେଳେ ଏଥରକ 40ହଜାର ଭୋଟ କୁଆଡେ ଗଲା ?

Leave a Reply

Your email address will not be published. Required fields are marked *