ପାକିସ୍ତାନ ରେ ଦରଦାମ୍ ସ୍ଥିତି ସଙ୍ଗୀନ:ରୁଟି ଗୋଟେ ୧୨ ଟଙ୍କା,ଖାଇବାକୁ ବି ଲୋକେ ହଟ ହଟା

ପାକିସ୍ଥାନର ସ୍ଥିତି ଏବେ ସଙ୍ଗୀନ।ଲୋକମାନେ ନିତ୍ୟ ଆବଶ୍ୟକ ଜିନିଷ ରୋଟି ଏବଂ ନାନ୍ ମଧ୍ୟ ଖାଇବାକୁ ସମର୍ଥ ହେଉନାହାନ୍ତି।ଗୋଟିଏ ନାନ୍ ର ଦାମ୍ ୧୨ ରୁ ୧୫ ଟଙ୍କାକୁ ବଢ଼ିଥିବା ବେଳେ ରୋଟିର ଦାମ୍ ୧୦ ରୁ ୧୨ ଟଙ୍କା ହୋଇଛି।
ଅନ୍ୟପକ୍ଷେ ଇମ୍ରାନ୍ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଦରବୃଦ୍ଧି
ପ୍ରସ୍ଥାବକୁ ମଞ୍ଜୁରୀ ଦେଇଛନ୍ତି।ପେଟ୍ରୋଲ ଦର ଲିଟର ପିଛା ୧୧୭.୮୩ ଟଙ୍କା ଥିବା ବେଳେ ହୋଇଥିବା ବେଳେ ଡିଜେଲ୍ ଦର ଏବଂ କିରୋସିନ ଦର ମଧ୍ୟ ବଢ଼ିଛି।
ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ପ୍ୟାକ୍ ସରକାର ବିଭିନ୍ନ ପ୍ରକାର ଚିନ୍ତା କରୁଛନ୍ତି।ଏଥିପାଇଁ ରାସ୍ତା ପାଖ ହୋଟେଲ ସଂସ୍ଥାଙ୍କ ଲାଗି ଗ୍ୟାସ ଗିରଫ ବୃଦ୍ଧି କରାଯାଇଥିଲା। ଇମ୍ରାନ୍ ସରକାର ଲୋକଙ୍କୁ ଏହି ଭଳି ଦରବୃଦ୍ଧି ସମସ୍ୟାରୁ ଲୋକଙ୍କୁ ଉପଶମ ଦେବାପାଇଁ ଗ୍ୟାସ ଦରବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହୃତ କରି ନେଇଛନ୍ତି।କିନ୍ତୁ ଏ ପର୍ଯ୍ୟନ୍ତ ଗ୍ରାହକ ମାନେ ନାନ୍ ଏବଂ ରୋଟି ଦର କମାଇ ନାହାନ୍ତି।

Leave a Reply

Your email address will not be published. Required fields are marked *