ମହାରଥୀଙ୍କ ଭଳି ବଳିଷ୍ଠ ପୁରୁଷ ମୋର ଦରକାର ଯେବେ ମିଳିବ ମୁଁ ବାହାହେବି :ଆଇଟମ୍ ଗର୍ଲ ରାଣୀ ପଣ୍ଡା

ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚିତ ଥିବା ଯାତ୍ରା ଜଗତର ବିବାଦୀୟ ନାୟିକା ରାନୀ ପଣ୍ଡା ଯାତ୍ରା ପେଣ୍ଡାଲ ରେ ଖୁଲମଖୁଲା ବ୍ଲାଉଜ ଖୋଲି ଖଣ୍ଡଗିରି ଯାତ୍ରା ରେ ସମସ୍ତଙ୍କ ନଜର କୁ ଆସିଥିଲେ I ଏପରିକି ସବୁ ଗଣମାଧ୍ୟମ ଏବଂ ଖବରକାଗଜ ର ମୁଖ୍ୟ ଖବର ପାଲଟିଥିଲେ I ଏବେ ନିକଟରେ ପୁଣି ରାନୀ ଙ୍କ ଯିବନି କୁ ନେଇକି ଏକ ଯାତ୍ରା ଏବଂ ଫିଲ୍ମ ତିଆରି କରାଯାଉଛି , ଉଭୟ ରେ ରାନୀଙ୍କ ଭୂମିକା ମୁଖ୍ୟ ରହିଥିବା ବେଳେ କାହାଣୀ ସମାନ ରହିଛି ,ଯାହାକୁ ନେଇ ବିବାଦ ଲାଗି ରହିଛି I ତେବେ ଏପରି ସମୟରେ ପୁଣି ବିବାଦୀୟ ବିବୃତି ରଖିଛନ୍ତି ରାନୀ I

ରାନୀ ଏକ ଭିଡିଓ ସୋସିଆଲ ମିଡିଆରେ ଛାଡି କହିଛନ୍ତି ଯେ ସମସ୍ତେ ଚାଁହୁଛନ୍ତି ରାନୀ କେମିତିକା ପୁଅକୁ ବିବାହ କରିବାକୁ ଚାହିଁବେ ? ଏଥିପାଇଁ ଆଜି ମୁଁ କହିବାକୁ ଚାଁହୁଛି ଯେ ,ଶହେ ଘୋଡା କୁ ଶହେ ହାତୀ,ଏକା ଲଢ଼ିବ ମହାରଥୀ I ପିପିଲି ବିଧାୟକ ଙ୍କୁ ସମସ୍ତେ ଭଲପାଆନ୍ତି ,ସେ ଅତି ଲୋକପ୍ରିୟ ତାଙ୍କୁ ମୁଁ ସମ୍ମାନ କରେ,ତେଣୁ ତାଙ୍କ ଭଳି ଜଣେ ବଳିଷ୍ଠ ପୁରୁଷ ମିଳିଲେ ରାଣୀ ବିବାହ କରିବେ ବୋଲି କହିଛନ୍ତି I ଏହାକୁ ନେଇ ଏବେ ଜୋରଦାର ଚର୍ଚା ହେବାରେ ଲାଗିଛି I ସୂଚନା ଥାଉ କି ପ୍ରଦୀପ ମହାରଥୀ ମଧ୍ୟ ସବୁବେଳେ ବିବାଦରେ ରହି ଆସିଛନ୍ତି I ସେ ଘିଅ କାଢ଼ିବା ଘଟଣା ହେଉ କି ବେବିନା ରାୟ ମାମଲାରେ ବିବୃତି I

Leave a Reply

Your email address will not be published. Required fields are marked *