ନାତିକୁ ନିଷ୍ଠୁର ଭାବେ ନିର୍ଘାତ ମାଡ ମାରି ପୋଲିସ ହାତରେ ବନ୍ଧା ହେଲା ଜେଜେମା ,ଶିଶୁ ଉଦ୍ଧାର

ଗତକାଲି ସୋସିଆଲ ମିଡିଆରେ ଘୁରି ବୁଲିଥିଲା ଏକ ଭିଡିଓ ,ଯେଉଁଥିରେ କି ଏକ ଛୋଟ ଶିଶୁ କୁ ନିଷ୍ଠୁର ଭାବେ ବିଧା ଗୋଇଠା ମାରି ପକାଉଥିଲା ଜଣେ ବୟସ୍କା ମହିଳା I ତେବେ ପରେ ଜଣାପଡିଥିଲା କି ଘଟଣାଟି ବାଲେଶ୍ବର ବସ୍ତା ଥାନା ଅନ୍ତର୍ଗତ ଭେଲରା ଗାଁର ଏବଂ ସମ୍ପର୍କ ରେ ମାଡ ମାରୁଥିବା ମହିଳା ଜଣଙ୍କ ଶିଶୁର ନିଜ ଜେଜେମା I ମିଳିଥିବା ଖବର ଅନୁଯାଇ ରଞ୍ଜନ କୁମାର ଚାନ୍ଦ ତାଙ୍କ ସ୍ତ୍ରୀ ଙ୍କ ସହିତ ବାହାରେ ରୁହନ୍ତି ତେଣୁ ନିଜ ୭ ବର୍ଷର ପୁଅକୁ ଜେଜେମାଆ ପାଖରେ ଛାଡି ଯାଇଥିଲେ I ପିଲାଟି କୌଣସି କାରଣରୁ ଦୁଷ୍ଟ ହେବାରୁ ଜେଜେମା ନିର୍ଘାତ ମାଡ ମାରିଥିଲେ I ଘଟଣାଟି ଭାଇରଲ ହେବାପରେ ବାଲେଶ୍ବର ଶିଶୁ ମଙ୍ଗଳ କମିଟିର ୪ ଜଣିଆ ଟିମ୍ ସେଠାରେ ପହଁଚି ଶିଶୁଟିକୁ ଉଦ୍ଧାର କରିଛନ୍ତି ଏବଂ ତା ବାପାମା କୁ ଖବର ଦେଇଛନ୍ତି I ଏପଟେ ପୋଲିସ ସେହି ଜେଜେମା ଙ୍କୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *