ସ୍ମାର୍ଟ ସିଟି ର ସ୍ମାର୍ଟ ଚେହେରା ଡିଫେନ୍ସ କଲୋନୀ , ଲାଇନ ନାହିଁ କି ଡ୍ରେନ ନାହିଁ ,ସଫେଇ କୁ ପଚାରେ କିଏ ?

ସ୍ମାର୍ଟ ସିଟି ରାଜଧାନୀ ରେ ବିଏମସି ଯେ କେତେ ପାରିବାର ତାହା ତ ଆଉ କାହାକୁ ଅଛପା ନାହିଁ , ଭୁବନେଶ୍ୱର କୁ ସୁନ୍ଦର କରିବାରେ ଯେଉଁ ଡିଣ୍ଡିମ ପିଟାଯାଉଛି ସତେ ଯେମିତି ତାହା ଏକ ପ୍ରହସନ ପାଲଟିଯାଇଛି I ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୀଳାଦ୍ରି ବିହାର ସେକ୍ଟର 6 ଅଞ୍ଚଳ ର ଡିଫେନ୍ସ କଲୋନୀ ରେ I ଭୁବନେଶ୍ୱର ର ଏହା ଏକ ମୁଖ୍ୟ ଅଞ୍ଚଳ ହେଇଥିଲେ ମଧ୍ୟ ଏଠାରେ ବିଏମସି ର ବୈମାତୃକ ମନଭାଵ ଦେଖିବାକୁ ମିଳିଛି I ଏହି ଅଞ୍ଚଳର ଷ୍ଟ୍ରିଟ ଲାଇଟ କେବଳ ନାମକୁ ମାତ୍ର ଅଛି କିନ୍ତୁ ଏଥିରୁ ପାଖାପାଖି 90%ଅଚଳ ଥିବାବେଳେ ଏହାର ପୁନରୁଦ୍ଧାର ପାଇଁ କାହା ପାଖରେ ସମୟ ନାହିଁ I ଏପରିକି ରାସ୍ତା ପାର୍ଶ୍ଵ ଗଛ ଡାଳ କୁ ବିଏମସି କର୍ମଚାରୀ କାଟି ସଫା କରି ଚାଲିଯାଇଥିଲେ ମଧ୍ୟ ଦୀର୍ଘ ଦିନ ଯାଏଁ ଡାଳ ଗୁଡିକ ରାସ୍ତାରେ ପଡ଼ିରହିଛି I

ସଫେଇ କଥା ଦୂରେ ଥାଉ କଲୋନୀ ବାସି ଅଭିଯୋଗ କରନ୍ତି କି କେବେଭି କୌଣସି ସଫେଇ କର୍ମଚାରୀ ଙ୍କୁ ସେମାନେ ଦେଖିନାହାନ୍ତି ବରଂ ନିଜେ ନିଜ ଘର ରାସ୍ତା ସଫା କରିବାକୁ ବାଧ୍ୟ ହୁଅନ୍ତି I ଯଦି ରାଜଧାନୀ ର ଏକ ପ୍ରମୁଖ ଅଞ୍ଚଳ ର ଲାଇନ , ଡ୍ରେନ ,ସଫେଇ ପ୍ରତି ବିଏମସି ର ନ୍ୟୁନତମ ନଜର ନାହିଁ ବାକି ଅଞ୍ଚଳ କିଭଳି ଥିବ ସହଜରେ ଅନୁମେୟ I ଆଶା କରାଯାଉଛି ଆଗାମୀ ଦିନରେ ବିଏମସି ଏହାପ୍ରତି ଦୃଷ୍ଟି ଦେବେ

Leave a Reply

Your email address will not be published. Required fields are marked *