ରାଜଧାନୀ ଭୁବନେଶ୍ୱର ରେ ବିଭୁତି ବାବା ,ହାତରୁ ବିଭୁତି ଝରାଇ ଲୋକଙ୍କୁ ଲୁଟୁଛନ୍ତି

ଜାମିନ ରୁ ବାହାରିଥିବା ସାରଥୀ ଙ୍କ ବିଭୁତି କଥା ତ ସମସ୍ତେ ଜାଣିଛନ୍ତି ,କେଉଁଭଳି ଭାବରେ ହାତରୁ ବିଭୁତି ଝରାଇ ଲୋକଙ୍କୁ ଅନ୍ଧବିଶ୍ୱାସ ର ପ୍ରଚାର କରି ଧର୍ମୀୟ ଭାବନା ସହିତ ଖେଳୁଥିଲେ I ଏବେ କିନ୍ତୁ ଏହି ବିଭୁତି ଟ୍ରିକ କୁ ବ୍ୟବହାର କରି ଲୋକଙ୍କୁ ଲୁଟିନେଉଛନ୍ତି ଭଣ୍ଡ ବାବା I ଏଭଳି ଘଟଣା ସାମ୍ନା କୁ ଆସିଛି ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ରେ I ଖବର ଅନୁଯାଇ ଏହି ଅଞ୍ଚଳ ର ଜଣେ ଓକିଲ ଙ୍କ ସହିତ ଜଣେ ବାବାଙ୍କ ସାକ୍ଷାତ ହେଇଥିଲା

I ଓକିଲ ହାତରେ ଧରିଥିବା କିଛି ଟଙ୍କା କୁ ଭଣ୍ଡ ବାବା ଜଣଙ୍କ ବିଭୁତି ରେ ପରିଣତ କରିଦେଇଥିଲେ ଏବଂ ଆଜିଠାରୁ ତୁମର ସମସ୍ତ ଦୁଃଖ ଦୂର ହେଲା ବୋଲି କହି ଆଶୀର୍ବାଦ ଦେଇଥିଲେ I ଓକିଲ ଜଣଙ୍କ ବାବାଙ୍କୁ ଘରକୁ ଡାକିବା ପରେ ବାବା ଘରକୁ ଯାଇକି ତାଙ୍କୁ ଏକ ତିଳକ ପିନ୍ଧାଇଥିଲେ ଏହାପରେ ଓକିଲ ଅଚେତ ହେଇଯାଇଥିଲେ ଏବଂ ଉଠିବା ପରେ ଦେଖିଥିଲେ କି ତାଙ୍କ ଘରୁ ବାବା କଳାକନା ବୁଲାଇଦେଇଛନ୍ତି

I ଘରେ ଥିବା ସୁନା ସହିତ ନଗଦ 34ହଜାର ଟଙ୍କା ନେଇ ବାବା ଫେରାର I ଏହାପରେ ଓକିଲ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି ଏବଂ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି କି ଏପରି ଭଣ୍ଡ ବାବା ମାନଙ୍କୁ ବିଶ୍ୱାସ ନକରିବାକୁ I

Leave a Reply

Your email address will not be published. Required fields are marked *