ପାକିସ୍ତାନରେ ଛାଇଲା ଭାରତ ସପକ୍ଷ ରେ ପୋଷ୍ଟର; ଲେଖାଥିଲା-‘ମହା-ଭାରତ ଏ ଷ୍ଟେପ୍‌ ଫରଓ୍ଵାର୍ଡ’

ଭାରତ ୩୭୦ ଧର ଉଚ୍ଛେଦ କରିବା ର ଠିକ୍ ପରଦିନ ପାକିସ୍ଥାନ ରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପାକିସ୍ଥାନ ର ରାଜଧାନୀ ଇସଲାମାବାଦ ର ରସ୍ଥା କଡ଼ରେ ଭାରତ ର ସପକ୍ଷବାଦୀ ପୋଷ୍ଟର ଲଗାଯାଇଛି। ଏଥିରେ ଇଂରାଜୀ ରେ ‘ ମହାଭାରତ ଏ ଷ୍ଟେପ ଫରୱାର୍ଡ ‘ ଲେଖା ଯାଇଛି। ଏହା ସହ ଏହି ପୋଷ୍ଟର ରେ ଶିବସେନା ରାଜ୍ୟସଭା ର ସାଂସଦ ସଞ୍ଜୟ ରାଉତ ଙ୍କ ଏକ ବାର୍ତ୍ତା ଯେ ପ୍ରଧାନମନ୍ତ୍ରୀ ଅଖଣ୍ଡ ଭାରତ ର ସ୍ବପ୍ନ ପୁରା କରିବେ ବୋଲି ଲେଖାଯାଇଛି।

ଏହି ଘଟଣା ଟି ଘଟିବା ପରେ ତାହା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା ଯାହାକି ପାକିସ୍ଥାନ ପୋଲିସ କୁ ଅଡ଼ୁଆ ରେ ପକାଇଥିଲା। ଏହି କାରଣ ଯୋଗୁ ପାକିସ୍ଥାନ ର ଜଣେ ନାଗରିକ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ଆମ ଦେଶରେ ଆମ ସହର ରେ ଭାରତୀୟ ମାନେ ପଶି ପୋଷ୍ଟର ଲଗାଇ ଯାଉଛନ୍ତି ଆମେ କଣ କରୁଛେ ? ଯାହା କି ପାକିସ୍ଥାନ ପୋଲିସ ର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *