ମୃତ୍ୟୁର ମାତ୍ର କେଇଘଣ୍ଟା ପୂର୍ବରୁ ସୁଷମା ଲେଖିଥିଲେ ଏବେ ମୋ ଇଛା ପୂରଣ ହେଇଛି ,ଏହି ଦିନ ଦେଖିବାକୁ ମୁଁ ପ୍ରତୀକ୍ଷା କରିଥିଲି

ଆରପାରିକି ଚାଲିଯାଇଛନ୍ତି ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାରତ ରାଜନୀତି ର ଜଣେ ଟାଣୁଆ ଲୋକପ୍ରିୟ ନାରୀ ନେତ୍ରୀ I ସୁଷମା ଙ୍କ ମୃତ୍ୟୁ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭାରତୀୟ ମାନେ ,ରାଜନୈତିକ ଦଳ ନିର୍ବିଶେଷ ରେ ସମସ୍ତେ ତାଙ୍କୁ ଭାରି ଭଲପାଉଥିଲେ I ଦେଶପାଇଁ ସୁଷମା ଙ୍କ ଭକ୍ତି ଭାବ ଏବଂ ଦେଶପ୍ରେମ କେତେ ତାହା ତ ସମସ୍ତେ ଜାଣିଛନ୍ତି ତେବେ ମୃତ୍ୟୁ ର ଅଳ୍ପ ଘଣ୍ଟା ପୂର୍ବରୁ ମଧ୍ୟ ସୁଷମା ଙ୍କ ଦେଶପ୍ରେମ ଦେଖିବାକୁ ମିଳିଛି I

ଟ୍ୱିଟ ରେ ସୁଷମା ଲେଖିଥିଲେ କି ଧାରା ୩୭୦ ଉଚ୍ଛେଦ ହେଇଥିବାରୁ ତାଙ୍କର ଇଛା ପୂରଣ ହେଇଚି I ଏହି ମୁହୂର୍ତ କୁ ସେ ବହୁଦିନ ଧରି ଅପେକ୍ଷା କରିଥିଲେ I ଏହାସହିତ ସେ ପ୍ରଧାନମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏହି ଐତିହାସିକ ନିଷ୍ପତି ପାଇଁ I

Leave a Reply

Your email address will not be published. Required fields are marked *