ସୁଷମାଙ୍କ ବିୟୋଗରେ ଆଡ଼ଭାନୀଙ୍କ ମର୍ମସ୍ପର୍ଶୀ ଶୋକବାର୍ତ୍ତା

ଗତ ବୁଧବାର ଦିନ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗ ରେ ଲାଲକୃଷ୍ଣ ଆଡଭାନୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ତାଙ୍କ କଥା ବହୁତ୍ ମନେ ପଡ଼ିବ ବୋଲି କହିଛନ୍ତି। ଆଜି ସକାଳେ ଆଡଭାନୀ ସୁଷମା ଙ୍କ ବାସଭବନ କୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସୁଷମା ସ୍ବରାଜ ଙ୍କ ଉଦ୍ଦେଶ୍ୟ ରେ ଆଡଭାନୀ କହିଛନ୍ତି ଯେ ସୁଷମା ଜୀ ଥିଲେ ଜଣେ ଅତ୍ୟନ୍ତ ଭଲ ମଣିଷ। ତାଙ୍କର ସମ୍ଵେଦନଭରା ସ୍ଵଭାବ ଯୋଗୁ ସେ ସମସ୍ତଙ୍କ ପାଖରେ ପ୍ରିୟଭାଜନ ହୋଇ ପାରୁଥିଲେ।

ସେ ଆଡଭାନୀ ଙ୍କ ପ୍ରତି ଜନ୍ମ ଦିବସ ରେ ତାଙ୍କର ଅତି ପ୍ରିୟ ଚକ୍ଲେଟ୍ କେକ୍ ଆଣୁଥିଲେ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ବିଜେପି ରେ ତାଙ୍କର ଇନିଂସ୍ ଆରମ୍ଭ ହେଲା ଦିନରୁ ସେ ତାଙ୍କୁ ଜାଣନ୍ତି ଏବଂ ତାଙ୍କ ସହ କାମ କରି ଆସିଛନ୍ତି। ଧୀରେ ଧୀରେ ସମୟକ୍ରମେ ସେ ଦଳ ର ପ୍ରମୁଖ ନେତ୍ରୀ ପାଲଟିଗଲେ। ଏବଂ ମହିଳା ନେତ୍ରୀ ମାନଙ୍କ ଆଦର୍ଶ ହୋଇଗଲେ। ସୁଷମା ତାଙ୍କର ଜଣେ ଅନ୍ତରଙ୍ଗ ସହଯୋଗୀ ଥିବାରୁ ତାଙ୍କ ବିୟୋଗ ରେ ସେ ମ୍ରିୟମାଣ ହୋଇ ପଡିଛନ୍ତି ।

Leave a Reply

Your email address will not be published. Required fields are marked *