ସୁଷମା ଙ୍କୁ ବଞ୍ଚାଇ ନପାରିବାରୁ ହସ୍ପିଟାଲ ରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଚିକିତ୍ସା କରୁଥିବା ଡାକ୍ତର

ଚାଲିଯାଇଛନ୍ତି ଭାରତର ଜଣେ ଟାଣୁଆ ତଥା ଲୋକପ୍ରିୟ ନାରୀନେତ୍ରୀ I ତାଙ୍କ ଅକାଳ ବିୟୋଗ ରେ ସାରା ଭାରତ ମର୍ମାହତ I ଦଳମତ ନିର୍ବିଶେଷ ରେ ସମସ୍ତେ ସ୍ତବ୍ଧ ହେଇଯାଇଥିଲେ I ତେବେ ରାତି ୯ଟା ୩୫ ମିନିଟ୍ ସମୟରେ ଯେତେବେଳେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସୁଷମା ଙ୍କୁ ଭର୍ତି କରାଯାଇଥିଲା ସେତେବେଳେ ପ୍ରସ୍ତୁତ ରହିଥିବା ଏମ୍ସର ଡାକ୍ତରୀ ଟିମ୍ ନିଜର ସମସ୍ତ ପ୍ରୟାସ କରିଥିଲେ ତେବେ ସବୁ ଉଦ୍ୟମ ପରେ ମଧ୍ୟ ଶେଷରେ ଏକ ଘଣ୍ଟା 10ମିନିଟ ପରେ ନିରବି ଯାଇଥିଲେ ସୁଷମା I ଆଉ ଚାଲିନଥିଲା ତାଙ୍କ ହୃଦଯନ୍ତ୍ର I ତେବେ ସୁଷମା ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ବରିଷ୍ଠ ଡାକ୍ତର ଙ୍କ ଆଖିରୁ ଲୁହ ଝରି ଆସିଥିଲା I ସୁଷମା ଙ୍କୁ ନ ବଞ୍ଚାଇ ପାରିବା କାରଣରୁ ଡାକ୍ତର ଙ୍କ ମନରେ ଗଭୀର ଶୋକ ହେଇଥିଲା I ସେହି ସ୍ଥାନରେ ଭୋ ଭୋ ହେଇ କାନ୍ଦି ପକାଇଥିଲେ ଡାକ୍ତର ଜଣଙ୍କ I

Leave a Reply

Your email address will not be published. Required fields are marked *