ଆଜି ପର୍ଯ୍ୟନ୍ତ ଯାହା କେହି କରିପାରିନଥିଲେ ତାକୁ ମୋଦି କରି ଦେଖାଇଲେ 68 ବର୍ଷ ବୟସରେ :ବେୟର ଗ୍ରିଲ୍ସ

ନିକଟରେ ଶ୍ରାବଣ ମାସରେ ମୋଦି ଙ୍କ ତିନୋଟି ପଦକ୍ଷେପ ଯଥା ଟ୍ରିପଲ ତଲାକ ,ଚନ୍ଦ୍ରାୟନ-୨ର ସଫଳ ପରୀକ୍ଷଣ ଏବଂ ଧାରା 370 ଉଛେଦ ସବୁ ମହଲ ରେ ଚର୍ଚିତ ହେବା ସହିତ ସବୁ ମହଲରେ ପ୍ରସଂଶା ସାଉଁଟିଛି I ଏପଟେ ଡିସ୍‌ଭରି ଚ୍ୟାନେଲରେ ପ୍ରସାରିତ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ ‘ସୋ’ରେ 68ବର୍ଷ ବୟସ ରେ ମୋଦି ଯେଉଁଭଳି ଭାବରେ ଦୁଃସାହସିକ ଯାତ୍ରା କଲେ ତାହା ସାରା ବିଶ୍ୱରେ ଚର୍ଚିତ ହେବାରେ ଲାଗିଛି I

ମୋଦିଙ୍କ ଏଭଳି ଦୁଃସାହସିକ ଯାତ୍ରା କୁ ପ୍ରସଂଶା କରି ଉପସ୍ଥାପକ ବେୟର ଗ୍ରିଲ୍ସ କହିଛନ୍ତି ଯେ, ଯାହା ଆଜିପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ କରିପାରିନଥିଲେ 68ବର୍ଷ ବୟସରେ ମୋଦି ତାହା କରି ଦେଖାଇଲେ I ସୂଚନା ଥାଉ କି ଗତକାଲି ରାତି ୯ ଟାରେ ଡିସ୍‌କଭରି ଚ୍ୟାନେଲରେ ମ୍ୟାନ ଭର୍ସେସ ଓ୍ବାଇଲ୍ଡ ସୋ ରେ ମୋଦି ଏବଂ ସୋ ଉପସ୍ଥାପକ ବେୟର ଗ୍ରିଲ୍ସ ଦୁଃସାହସିକ ଯାତ୍ରା କରିଥିଲେ ଯାହାକି ସାରା ବିଶ୍ୱ ଦେଖିଥିଲା

I ପାଖାପାଖି ୧୮୦ ଟି ଦେଶରେ ଏହି ସୋ କୁ ସିଧା ପ୍ରସାରଣ କରାଯାଇଥିଲା ଏବଂ ମୋଦିଙ୍କ ଏପରି ଦୁଃସାହସିକ ଯାତ୍ରା କୁ ସାରା ବିଶ୍ୱ ପ୍ରସଂଶା କରିଥିଲା I

Leave a Reply

Your email address will not be published. Required fields are marked *