ବାପା ,କାହାଣୀ ଏକ ଭିର୍ଣ୍ଣ କଳଙ୍କିତ ଅଧ୍ୟାୟ ର ,ଥରେ ପଢନ୍ତୁ ଆପଣଙ୍କ ଆଖିରୁ ଲୁହ ଆସିଯିବ ଏକ ହୃଦୟ ଛୁଆଁ କାହାଣୀ

ପିତା ସ୍ବର୍ଗ ପିତା ହିଁ ପରମ ତପ ,କୁହାଯାଏ ବାପା ଆକାଶ ଠୁ ବଡ଼ ଆଉ ବାପା ସ୍ବର୍ଗ ଠୁ ମହାନ୍ ,କିନ୍ତୁ ସବୁ ବାପା କଣ ସବୁବେଳେ ମହାନ୍ ହୋଇଥାନ୍ତି ? ବେଳେବେଳେ ବାପା ର ସଂଜ୍ଞା ଟା ବି ଅବୁଝା ଲାଗେ I ସେମିତି ଏକ ସତ୍ୟ ଘଟଣା କୁ ନେଇ ଆଧାରିତ ଏକ ନିଛକ କାହାଣୀ I ବାପା , ଜଣା ନାହିଁ ଏ ୨ଟି ଶବ୍ଦ କେବଳ ମୋ ପାଇଁ ଏକ ଶବ୍ଦ ନା ମରୀଚିକା ର ଏକ କଣ୍ଟକିତ ଅଭିଳାଷ I ଯେବେ ଜନ୍ମ ନେଇଥିଲି ମୋ ବାପା ଖୁସି ନଥିଲେ ମୋ ମା କହୁଥିଲା ମୋ ରଙ୍ଗ କୁଆଡେ ମୋ ବାପାଙ୍କ ପସନ୍ଦ ନଥିଲା କାହିକିଁ ନା ମୁଁ ଥିଲି କଳା ଯଦିଓ ମୋ ବାପାଙ୍କ ରଙ୍ଗ ମଧ୍ୟ ଥିଲା କଳା I ଶୁଣିଥିଲି କୁଆଡେ ପିଲାମାନେ ଚାଲି ଶିଖିବା ବେଳେ ପଡିଗଲେ ବାପା ହାତ ଧରି ଚାଲିବା ସିଖାନ୍ତି, ମୋ ପାଇଁ କିନ୍ତୁ ସେସବୁ ସ୍ବପ୍ନ ଥିଲା କାହିକିଁ ନା ମୁଁ ଥିଲି ଏକ ଅବାଞ୍ଛିତ କଳା ବର୍ଣ୍ଣ ର ସନ୍ତାନ I

ଏତିକିରେ ସୀମିତ ନଥିଲା ମୋ କାହାଣୀ ,ଏବେ ତ ଆରମ୍ଭ ମାତ୍ର I ଧୀରେ ଧୀରେ ମୁଁ ବଡ଼ ହୁଏ ,ମୋ ମା କହୁଥିଲା ଛୋଟବେଳେ ମୁଁ କୁଆଡେ ଭାରି ଚଳଚଞ୍ଚଳ ଥିଲି , ଜେତିକି ଦରକାର ତାଠୁ ଅଧିକ ଗପୁଥିଲି, ମୋ ଦୁନିଆରେ ମୁଁ ବହୁତ୍ ଖୁସି ରେ ଥିଲି ,ଯେବେ ଗାଁ ସ୍କୁଲ ରେ ପଢିବା ଆରମ୍ଭ କରେ ମୋ ଠୁ ମୋ ପିଲାଦିନ ଆଉ ମା ର ମମତା ଛଡାଇ ନେଲେ ମୋ ବାପା Iନିଜର ଜିଦ୍ ଆଉ ପୁରୁଷ ଅହମିକା ରେ ମତେ ମୋ ମା ଠୁ ଅଲଗା କରି ଦିଆଗଲା ପିଲାଦିନେ ,ଯେଉଁ ବୟସରେ ମତେ ମୋ ବାପା ମା ଙ୍କ ସ୍ନେହ ଦରକାର ଥିଲା ପ୍ରତିବଦଳରେ ମିଳିଥିଲା ଅନ୍ୟ ଦୟାରେ ଜୀବନ ବଞ୍ଚିବା I କେବେ ଅନୁଭବ କରିନଥିଲି ବାପା ର ସ୍ନେହ ଆଉ ଏବେ ମତେ ମୋ ମା ର ମମତା ବି ହରେଇ ବାକୁ ପଡ଼ିଥିଲା I ସବୁବେଳେ ଚଳ ଚଞ୍ଚଳ ହେଉଥିବା ମୋ ଭିତରେ ଥିବା ସେ ଚପଳ ମତି ଛୋଟପିଲା ଟା କେତେବେଳେ ମରିଯାଇଥିଲା ମତେ ବି ଜଣା ନଥିଲା ,ଆଉ କେବେ ଖୁସି ହେବାର ମତେ ବି କେହି ଦେଖି ନଥିଲେ ,ଭାରି ସ୍ଥିର, ଜଡ ଆଉ ନିର୍ବାକ ପାଲଟି ଯାଇଥିଲି I ୟା ଭିତରେ କେବେ ସପ୍ତମ ପାସ୍ କରିଗଲି ମତେ ବି ଜଣା ନଥିଲା ,ପରୀକ୍ଷାରେ ସବୁଠୁ ଅଧିକ ନମ୍ୱର୍ ରଖିଥିବାରୁ ବାପାଙ୍କ ନଜର ରେ ମୋ ପାଇଁ ଏକ ସ୍ଥାନ ବୋଧହୁଏ ତିଆରି ହୋଇପାରିଥିଲା ,ଧୀରେ ଧୀରେ ଲୋକଙ୍କ ସାମ୍ନା ରେ କହୁଥିଲେ ମୋ ପୁଅ ,ଭାରି ଖୁସି ଲାଗୁଥିଲା କିନ୍ତୁ କେବେ ବାପାଙ୍କ ସ୍ନେହ ପାଇନଥିଲି କି ଆକଟ I XXXX………………………. XXXXX ୟା ଭିତରେ ମାଟ୍ରିକ ସାରି ଭଉଣୀ ଘରେ ରହି ବୈଷୟିକ ପାଠ ପଢ଼ୁଥିଲି I ନା କେବେ ବାପାଙ୍କ ସ୍ନେହ ପାଇଥିଲି ନା ଗୋଟେ ପୁଅ ପ୍ରତି ବାପାଙ୍କ କର୍ତବ୍ୟ ,ମନେନାହିଁ କେତେ ଉପାସ ରହିଛି , କେତେ ରାତି କଇଁ କଇଁ କାନ୍ଦିଛି କେବଳ ମତେ ହିଁ ଜଣା I

ମନରେ ଊଂଚ୍ଚ ଶିକ୍ଷାପ୍ରତି ପ୍ରବଳ ଦୁର୍ବାସା ଥିଲେ ମଧ୍ୟ ଅଧାରୁ ପଢା ସମାପ୍ତ କରି ଏକ ଚାକିରୀ କରିବାକୁ ବାଧ୍ୟ ହେଲି ,କିନ୍ତୁ ବାପାଙ୍କ ମୋ ପ୍ରତି ଅପବାଦ ସରିନଥିଲା I ସବୁଆଡୁ ଧାର-ଉଧାରୀ କରି ଲୋକ ଙ୍କ ସେବା କରୁଥିଲେ ନିଜ ମିଛ ଅହମିକା ର ମହାପୁରୁଷ ସାଜିବାକୁ I କେବେ ବାପାର ସ୍ନେହ ପାଇନଥିବା କି ମୋ ପାଇଁ ଦାୟିତ୍ୱ ନେଇ ନଥିବା ବାପା ଅପବାଦ ଦେବାକୁ ବି ପଛାଇଲେ ନାହିଁ ମୋ ପାଇଁ ସେ ଧାର କରଜ ରେ ବୁଡ଼ିଗଲେ ,ନା କେବେ ମତେ ପୁଅ ଭାବରେ ଆପଣାଇ ନେଇଥିଲେ ନା ମୋ ମା କୁ I ମତେ ଅପବାଦ ଦେବାକୁ ଘର ଛାଡି ବାହାରକୁ ପଳାଇଲେ I ଭୁଲିଯାଇଥିଲି ମୋ ପ୍ରତି ବାପାଙ୍କ ଅବହେଳା ,ବେ ଦାୟିତ୍ୱ ,ଟିକିଏ ସ୍ନେହ ପାଇଁ ଛଟପଟ ହେଉଥିବା ମୋ ମନରେ ଥିଲା ବାପାଙ୍କ ପାଇଁ ଗଭୀର ସନମାନ ,ସବୁ ପରେ ବି ସେ ମୋ ବାପା, ତାଙ୍କୁ ସ-ସନମାନେ ଗାଁ କୁ ଫେରେଇ ଆଣିବାକୁ ନିଜେ ଅଭାବ ରେ ରହି ସବୁ କରଜ ସୁଝିଲି ,ବାପା ଗାଁ କୁ ଫେରିଲେ I କିନ୍ତୁ ମୋ ପ୍ରତି ତାଙ୍କ ଘୃଣା ଭାବ ସ୍ନେହ ରେ ବଦଳି ପାରିଲାନି ,ତାଙ୍କ ପାଇଁ ତାଙ୍କ ମିଛ ଅହମିକା ,ଜିଦି ଆଉ ସ୍ୱାର୍ଥ ବଡ I କାଲି ବି ବାପାର ସ୍ନେହ ପାଇଁ ଛଟପଟ ହେଉଥିଲି ଆଜିବି ହେଉଛି I କିନ୍ତୁ ମୋ ପାଇଁ କେବଳ ବାପା ଦୁଇଟି ଶବ୍ଧ ର ଅନୁଭବ I ହୁଏତ ମୋ ବଞ୍ଚିବା ତାଙ୍କ ପାଇଁ କଷ୍ଟକର ହେଇପଡିଛି ,ମୋ ମୃତ୍ୟୁ ତାଙ୍କୁ ନିହାତି ଖୁସି ଆଣିଦେବ I ଖୁସିରେ ରୁହନ୍ତୁ ସେ ,ବହୁତ ଖୁସିରେ I ଯଦି କେବେ ଭଗବାନ ଦେଖା ହୁଅନ୍ତି ନିହାତି ପ୍ରାଥନା କରିବି ଯଦି ଆଉ କେବେ ମଣିଷ ଜନ୍ମ ଦେବେ ତେବେ ମୋ ବାପାଙ୍କ ପୁଅ ଭାବରେ ଜନ୍ମ ଦେବେନି କି ଏତେ କଷ୍ଟ ସହିବାର କ୍ଷମତା ଦେବେନି I

Leave a Reply

Your email address will not be published. Required fields are marked *