ଭୁବନେଶ୍ୱର ଗାନ୍ଧି କଲେଜ ଛାତ୍ର ଙ୍କୁ ନିର୍ଘାତ ପିଟିଲେ ହଷ୍ଟେଲ ୱାର୍ଡେନ:ଭିଡିଓ ଭାଇରାଲ

ହଷ୍ଟେଲ ୱାର୍ଡେନ ନିର୍ଘାତ ପିଟିଲେ କଲେଜ ଛାତ୍ର ଙ୍କୁ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ ହେବାପରେ ଏବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି I ଘଟଣା କୁ ନେଇ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି I ତେବେ ଖବର ନେବାରେ ଜଣାପଡିଛି କି ଘଟଣାଟି ରାଜଧାନୀ ଭୁବନେଶ୍ୱରସ୍ଥିତ ଗାନ୍ଧି +୨ ଓ +୩ ଆବାସିକ କଲେଜର I ସୂଚନା ଅନୁଯାଇ ଘଟଣାଟି ପ୍ରାୟତଃ ୧୧ତାରିଖ ର ଏବଂ ଏହା ଏବେ ସାମ୍ନାକୁ ଆସିଛି I ଏନେଇ କଲେଜ ପକ୍ଷରୁ ୱାର୍ଡେନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି I

ତେବେ ମିଳିଥିବା ଖବର ଅନୁଯାଇ ଦୁଇ ଛାତ୍ର ଙ୍କୁ ମାଡ ମାରିଥିବା ୱାର୍ଡେନଙ୍କର ଛାତ୍ର ଙ୍କ ପରିବାର ଲୋକଙ୍କ ସହିତ ଭଲ ସମ୍ପର୍କ ରହିଛି ଏବଂ ସେ ସେହି ଛାତ୍ର ଙ୍କର ଲୋକାଲ ଗାର୍ଡିଆନ ବୋଲି କୁହାଯାଉଛି ,ଏନେଇ ଛାତ୍ର ଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I ତେବେ ସେ ଯାହାବି ହେଉ କୌଣସି ଘଟଣା କୁ ନେଇକି ଏଭଳି ନିସ୍ତୁକ ମାଡ ମାରିବା ଘଟଣା କୁ ସମସ୍ତେ ନାପସନ୍ଦ କରିଛନ୍ତି I

Leave a Reply

Your email address will not be published. Required fields are marked *