ନ୍ୟୁଜ୍‌ ୱାର୍ଲଡ ଓଡ଼ିଶା ଟିଭି ଚାନେଲ ପ୍ରସାରଣ ବନ୍ଦ !! ଅନ୍ଧାର ରେ ୧୫୦ କର୍ମଚାରୀ ଙ୍କ ଭବିଷ୍ୟତ

ରାଜ୍ୟରେ ଗଣମାଧ୍ୟମ ର ସ୍ଥିତି ସଙ୍ଗୀନ ଥିବାବେଳେ ସାମ୍ବାଦିକ ମାନେ ମଧ୍ୟ ଅସୁରକ୍ଷିତ I ନିକଟ ଅତୀତ ରେ ଚାରି ଚାରି ଜଣ ସାମ୍ବାଦିକ ଙ୍କୁ ଆକ୍ରମଣ କରାଯାଇଥିଲେ ମଧ୍ୟ କୌଣସି ଗୋଟିଏ ଘଟଣାରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ I ବିଶେଷ କରି ସବୁବେଳେ ଚର୍ଚା ହୁଏ ଯେ ଅଧିକାଂଶ ଗଣମାଧ୍ୟମ ସରକାର ଙ୍କ ସପକ୍ଷରେ ଖବର ପ୍ରଚାର ପ୍ରସାର କରିଥାନ୍ତି I ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ଗୁଡିକ ର ମାଲିକ ମାନେ ସାଧାରଣତଃ ସାଶକ ଦଳର ନେତା I ସେହିପରି ବାଲେଶ୍ୱର ସାଂସଦ ଭାବରେ ରବୀନ୍ଦ୍ର ଜେନା ହାରିଯିବା ପରେ ଏବେ ତାଙ୍କ ମାଲିକାନା ରେ ଥିବା ନିଉଜ ୱାର୍ଲଡ ଓଡିଶା କୁ କଳା ବାଦଲ ଘୋଟି ଆସିଛି I

ଗତକାଲି ରାତିରୁ ଏହି ଚାନେଲ ର ପ୍ରସାରଣ ବନ୍ଦ ରହିଛି I ସୂଚନା ଅନୁଯାଇ ଏହି ଚାନେଲ ର ଟେଲିପୋର୍ଟ ରୁ ଯେଉଁ ସଂକେତ ସ୍ୟାଟେଲାଇଟ୍‌କୁ ପଠାଯାଇଥାଏ ତାହା ବନ୍ଦ ରହିଛି I ଏହାର ନିର୍ଦ୍ଧିଷ୍ଟ କାରଣ ଜଣାପଡିନାହିଁ I ଏନେଇ ପାଖାପାଖି ୧୫୦ କର୍ମଚାରୀ ଅନ୍ଧାର ରେ ରହିଥିବା ବେଳେ ସଂସ୍ଥା ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ I

ଏହି ଚାନେଲ ଟି ଇସ୍ପାତ କମ୍ପାନୀ ର ମାଲିକ ନବୀନ ଜିନ୍ଦଲଙ୍କ ଦ୍ୱାରା ପରିଚାଳିତ ହେଉଥିଲା କିନ୍ତୁ ଅତ୍ୟଧିକ କ୍ଷତି ଯୋଗୁଁ ଏହାର ଲିଜ୍‌ ଦିଆଯାଇଥିଲା ଏବଂ ସେତେବେଳର ବିଜେଡି ସାଂସଦ ରବୀନ୍ଦ୍ର କୁମାର ଜେନା ଏହାର ପରିଚାଳନା ଦାୟିତ୍ୱ ନେଇଥିଲେ I ତେବେ ରବୀନ୍ଦ୍ର ନିର୍ବାଚନ ରେ ହାରିଯିବା ପରେ ଏହାର ପ୍ରଭାବ ଚାନେଲ ଉପରେ ପଡିଥିଲା ,ଏବଂ ଗତକାଲି ଠାରୁ ଏହି ଚାନେଲ ପ୍ରସାରଣ ବନ୍ଦ ରହିଛି I ଏହା ପୁନର୍ବାର ପ୍ରସାରଣ ହେବ କି ନାହିଁ ସେ ନେଇ କୌଣସି ଖବର ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *