ସ୍ପଷ୍ଟୀକରଣ ରଖିଲେ ଭକ୍ତ ତ୍ରିପାଠୀ : ନୂଆ ରଙ୍ଗ ଆଉ ନୂଆ ରୂପ ରେ ଆସିବ ନ୍ୟୁଜ ୱାର୍ଲଡ ଓଡିଶା ଚ୍ୟାନେଲ୍‌

ଗତକାଲିଠାରୁ ବନ୍ଦ ହେଇଯାଇଛି ରାଜ୍ୟର ଏକ ଖବର ପ୍ରସାରଣକାରି ସଂସ୍ଥା Iକାହିଁକି ପ୍ରସାରଣ ବନ୍ଦ କରାଗଲା ତାହାକୁ ନେଇ ବିଭିର୍ଣ୍ଣ ପ୍ରଶ୍ନ ଉଠୁଥିବା ବେଳେ ଅନ୍ଧାର ରେ ପାଖାପାଖି 150କର୍ମଚାରୀ ଙ୍କ ଭବିଷ୍ୟତ I ଖବର ଅନୁଯାଇ ଟେଲିପୋର୍ଟ ରୁ ଯେଉଁ ସଂକେତ ସାଟେଲାଇଟ କୁ ଦିଆଯାଏ ତାହାକୁ ବନ୍ଦ କରାଯାଇଛି I ନ୍ୟୁଜ ୱାର୍ଲଡ ଓଡିଶା ଚାନେଲ ର ଅକସ୍ମାତ ପ୍ରସାରଣ ବନ୍ଦ କୁ ନେଇ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ସ୍ପଷ୍ଟୀକରଣ ରଖିଛନ୍ତି ଯେ ‘ବୈଷୟିକ ତ୍ରୁଟି ଯୋଗୁ ପ୍ରସାରଣ ବନ୍ଦ ରହିଛି ,ଖୁବ୍‌ ଶୀଘ୍ର ଏହା ଏକ ନୂଆ ରଙ୍ଗ ଏବଂ ନୂଆ ରୂପରେ ଆସିବାକୁ ଯାଉଛି I

ତେବେ ବିଶ୍ୱସ୍ତ ଖବର ଅନୁଯାଇ ଏହି ଚାନେଲ କୁ ଇଣ୍ଡିଆ ନ୍ୟୁଜ ଠାରୁ ଳିଜ୍ ରେ ଆଣିଥିଲେ ବିଜେଡି ନେତା ରବୀନ୍ଦ୍ର ଜେନା ,ନିକଟରେ ଏହାର ଅବଧି ସରିଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ଏହାକୁ ନବୀକରଣ କରି ନ୍ୟୁଜ ଏକ୍ସ ନାମରେ ଏକ ନୂଆ ଚାନେଲ ପ୍ରସାରଣ କରିବାକୁ ଯାଉଛନ୍ତି I ଅପରପକ୍ଷରେ ରବୀନ୍ଦ୍ର ଜେନା ଏକ ନୂଆ ଚାନେଲ ପାଇଁ ଲାଇସେନ୍ସ ପାଇଛନ୍ତି ,ଏହି ନୂଆ ନାମରେ ନ୍ୟୁଜ ୱାର୍ଲଡ ଓଡିଶା ପ୍ରସାରଣ ହେବ I

ଯଦିଓ ନୂଆ ନାମ ବିଷୟରେ କୌଣସି ଖବର ମିଳିପାରିନାହିଁ ତେବେ ଓଡିଶା Exclusive କୁ ମିଳିଥିବା ଉଡାଖବର ଅନୁଯାଇ ଏହାର ନାମ ସଦିଛା ରଖାଯାଇପାରେ ଅବଶ୍ୟ ଏନେଇ କୌଣସି ଅଫିସିଆଲ ତଥ୍ୟ ମିଳିପାରିନାହିଁ ଏହା କେବଳ ଚର୍ଚା ହେଉଥିବା ଭିତିରିଆ କଥା I

Leave a Reply

Your email address will not be published. Required fields are marked *