ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଦାଇତ୍ୱ ନେଲେ ଚିନ୍ମୟ ସାହୁ।

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କଲେ ଚିନ୍ମୟ ସାହୁ। । ବୁଧବାର କଟକସ୍ଥିତ ଓଏସ୍ଆଇସି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଚିନ୍ମୟ ସାହୁ ।
ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହ ଅତି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଆହୁରି କିଭଳି ବିକାଶ କରାଯାଇପାରିବ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ଷଦ୍ରଶିଳ୍ପରୁ ଉତ୍ପାଦିତ ସାମଗ୍ରୀକୁ କିଭଳି ଉପଭୋକ୍ତାଙ୍କ ପାଖରେ ସଠିକ୍ ମୁଲ୍ୟରେ ପହଞ୍ଚିପାରିବ ସେ ନେଇ ସେ କାମ କରିବେ । 1990ରୁ 1995 ମସିହା କ୍ଷୁଦ୍ରଶିଳ୍ପ ପାଇଁ ସୁବର୍ଣ୍ଣ ଦିନ ଥିଲା ।ଏବେ ସେଇ ସୁବର୍ଣ୍ଣ ସମୟକୁ ଫେରାଇ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।
କ୍ଷୁଦ୍ର ଶିଳ୍ପ ନିଗମକୁ ‘ଏ’ ଶ୍ରେଣୀରେ ଅର୍ନ୍ତଭୁକ୍ତ କରିବାକୁ ସେ ଚେଷ୍ଟା କରିବେ।
ଛାତ୍ରଜୀବନରୁ ରାଜନୀତିରେ ସକ୍ରିୟ ଚିନ୍ମୟ ସାହୁ ପୂର୍ବୁରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ସଭାପତି ରହିସାରିଛନ୍ତି । ତା ପରେ ସେ ବିଜୁଛାତ୍ର ଜନତା ଦଳର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ। ଗତ ସାଧାରଣ ନିର୍ବାଚନରେ ଚିନ୍ମୟ ସାହୁ ଉତ୍ତର ନିର୍ବାଚନ ଲାଗି ଆଶାୟୀ ପାର୍ଥି ଥିଲେ ତେବେ ଶେଷ ମୁହୂର୍ତ୍ତରେ ତାଙ୍କୁ ନିରାଶ ହବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *