୨୦୧୦ ରେ ଶାହ ହୋଇଥିଲେ ଗିରଫ,ଚିଦମ୍ବରମ ଥିଲେ ଗୃହମନ୍ତ୍ରୀ ; ୨୦୧୯ ରେ ଚିଦାମ୍ବରମ୍‌ ,ଏବେ ଶାହ ଗୃହମନ୍ତ୍ରୀ

ଗତକାଲି ଯେଉଁଭଳି ଭାବରେ ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ ଙ୍କୁ ସିବିଆଇ ଗିରଫ କରିଥିଲା ତାହା ଏକ ଚର୍ଚା ର ବିଷୟ ପାଲଟିଛି I ଆଇନକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଚିଦାମ୍ବରମ୍‌ ଗିରଫ ହେଇଛନ୍ତି I ତେବେ ଯଦି ଅତୀତ କୁ ଦେଖାଯାଏ ସମାନ ଭାବରେ 10ବର୍ଷ ତଳେ ୨୦୧୦ ଜୁଲାଇ ୨୫ରେ ଚିଦମ୍ବରମ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ସୋହରାବୁଦ୍ଦିନ୍‌ ଶେଖ୍‌ ଏନକାଉଣ୍ଟର ମାମଲାରେ ଅମିତ ଶାହ ଙ୍କୁ ଗିରଫ କରାଯାଇଥିଲା I ଅମିତ ଶାହ ମଧ୍ୟ ୩ ମାସ ଜେଲ୍‌ ରେ ରହିଥିଲେ

I ୟା ମଧ୍ୟରେ 10ବର୍ଷ ବିତିଯାଇଛି ଚିଦାମ୍ବରମ୍‌ ଦୁର୍ନୀତି ମାମଲାରେ ଗିରଫ ହେଇଛନ୍ତି ଆଉ ଏବେ ଗୃହମନ୍ତ୍ରୀ ଅଛନ୍ତି ଅମିତ ଶାହ I କେହି କେହି କହୁଛନ୍ତି ଏହା ସମୟର ଖେଳ I କାଲି ଯେଉଁ ସିବିଆଇ ବଳରେ ଅମିତ ଶାହ ଙ୍କୁ ଚିଦମ୍ବରମ ଗିରଫ କରାଇଥିଲେ ଆଜି ସେହି ସିବିଆଇ ଦ୍ୱାରା ଶାହ ଚିଦମ୍ବରମ ଙ୍କୁ ଗିରଫ କରାଇ ପ୍ରତିଶୋଧ ନେଇଥିବା ଚର୍ଚା ହେଉଛି

Leave a Reply

Your email address will not be published. Required fields are marked *