ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ! ପୋଡ଼ିଦେଲେ କୁଳପତିଙ୍କ କୁଶପୁତଳିକା।

ଦୀର୍ଘଦିନ ଧରି ଶାନ୍ତ ଥିବା ବିପିୟୁଟି ଛାତ୍ର ସଂଘ ଆଜି ରାସ୍ତାକୁ ଆସିଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ବିପୁୟୁଟି ଛାତ୍ର ସଂଘ ଅଫିସକୁ ପୂର୍ଣ୍ଣ ଭାବେ ଚାଲୁ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ମାନେ । ଦୀର୍ଘ ୨ବର୍ଷ ଧରି ଓଡିଶା ବିପିୟୁଟି ଛାତ୍ର ସଂଘ କ୍ୟାମ୍ପ ଅଫିସକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଆସୁଥିଲେ। କିନ୍ତୁ ବିପିୟୁଟି କର୍ତ୍ତୃପକ୍ଷ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି ଫଳରେ କୋୖଣସି ଉର୍ଣ୍ଣୟନ କାର୍ଯ୍ୟ କରାଯାଇପାରୁନି ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରରେ ବିପିୟୁଟି ଅଫିସ ଥିବା ସତ୍ୱେ ତାହାକୁ କର୍ତ୍ତୃପକ୍ଷ ଉଦେଶ୍ୟମୂଳକ ଭାବେ ରାଉରକେଲାକୁ ଉଠେଇ ନେଲେ। ଇତି ମଧ୍ୟରେ ଦୁଇ ଦୁଇ ଥର କୁଳପତି ପରିବର୍ତ୍ତନ ହେଇସାରିଛନ୍ତି କିନ୍ତୁ କଣ ପାଇଁ ଭୁବନେଶ୍ବର ଅଫିସ କାର୍ଯ୍ୟକ୍ଷମ ହେଇପାରୁନି ତାକୁ ପ୍ରଶ୍ନ ଉଠେଇଛନ୍ତି ଛାତ୍ରଛାତ୍ରୀ ମାନେ। ଯଦି ଆଗାମୀ ୭ଦିନ ମଧ୍ୟରେ ଭୁବନେଶ୍ୱର ଅଫିସକୁ ଚାଲୁ ନକରାଯାଏ ତେବେ ଛାତ୍ର ସଂଘ ରାଜରାସ୍ତାକୁ ଓଲ୍ହାଇବା ସହ ସମସ୍ତ ଇଂଜିନିୟରିଂ କଲେଜରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *