ଶନି ଠାକୁରଙ୍କୁ ପଡିଲା ଶନି ଦଶା, ଶନି ମନ୍ଦିର ରୁ ଲକ୍ଷାଧିକ ଟଙ୍କା ଚୋରି କରିନେଲେ ଦୁବୁର୍ତ୍ତ

ଆଜି ଶନିବାର , ଗ୍ରହରାଜ ଶନିଦେବ ଙ୍କ ପ୍ରିୟବାର I ବିଶ୍ୱାସ ରହିଛି କି ଶନିବାର ରେ ଶନି ଙ୍କୁ ପୂଜାକଲେ ତାଙ୍କ କୋପରୁ ରକ୍ଷା ମିଳିଥାଏ I ଶନିଦଶା ରୁ ମୁକ୍ତି ମିଳିଥାଏ କିନ୍ତୁ ଆଜି ଶନିଙ୍କୁ ପଡିଯାଇଛି ଶନି ଦଶା I ମିଳିଥିବା ଖବର ଅନୁଯାଇ ଆଜି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜାନୁଗଂଜ ସ୍ଥିତ ଶନିମନ୍ଦିରରେ ଚୋରମାନେ ପାହାନ୍ତା ପହରରୁ ଦୁବୁର୍ତ୍ତ ମାନେ ପଶି ମନ୍ଦିର ର ହୁଣ୍ଡି ରୁ ଲକ୍ଷାଧିକ ଟଙ୍କା ର ଅଳଙ୍କାର ସହିତ ପାଖାପାଖି ୩୦ ହଜାରରୁ ଅଧିକ ଟଙ୍କା ନେଇ ଚାଲିଯାଇଛନ୍ତି I

ସକାଳୁ ଭକ୍ତ ମାନେ ଠାକୁର ଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ଦେଖିବାକୁ ମିଳିଥିଲା କି ମନ୍ଦିର ରୁ ଚୋରି ହେଇଯାଇଛି ,ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ମଧ୍ୟ ଚୋରି କରିଥିବା ଦୁର୍ବୁର୍ତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହେଇଛି I

Leave a Reply

Your email address will not be published. Required fields are marked *