ଓଡିଶୀ ନୃତ୍ୟ ଗୁରୁ ଶାଶ୍ୱତ ଙ୍କ ବିରୋଧରେ ଛାତ୍ରୀ ଙ୍କ ପରେ ଛାତ୍ର ଆଣିଲେ ଯୌନ ଶୋଷଣ ଅଭିଯୋଗ, ଜଣଙ୍କ ପରେ ଜଣେ ଖୋଲୁଛନ୍ତି ମୁଁହ

ଓଡ଼ିଶୀ କୁ ନେଇ ଦେଶ ବିଦେଶ ରେ ସଫଳତା ପାଇଥିବା ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ I ଗୁରୁଦିବସ ଦିନ ତାଙ୍କର ଜଣେ ଛାତ୍ରୀ ଏନେଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲେଖିଥିଲେ ଯେ ଶାଶ୍ୱତ ତାଙ୍କୁ ଗାଳି ଗୁଲଜ କରିବା ସହିତ ଅତି କଦର୍ଯ୍ୟ ଭାଷାରେ ପାଟି କରୁଥିଲେ ଏପରିକି ‘ବଜାରୀ’ ଏବଂ ‘ସ୍ଲଟ୍‌’ କହି ଡାକୁଥିଲେ I ଏମିତିକି ତାଙ୍କ ବ୍ୟକ୍ତିଗତ ଜୀବନ ରେ ମୁଣ୍ଡ ପୁରାଉଥିଲେ I ତେବେ ଘଟଣାର ଦୁଇଦିନ ପରେ ପୁଣି ଜଣେ ଛାତ୍ର ଗୁରୁ ଶାଶ୍ୱତ ଙ୍କ ବିରୁଧରେ ମୁଁହ ଖୋଲିଛନ୍ତି ଏକ ଗଣମାଧ୍ୟମ ରେ I

ଛାତ୍ର ଜଣଙ୍କ ଶାଶ୍ୱତ ଙ୍କ ବିରୁଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି Iକହିଛନ୍ତି କି ଶାଶ୍ୱତ ଛାତ୍ର ଛାତ୍ରୀ ମାନଙ୍କ ସହିତ ଖରାପ ସମ୍ପର୍କ ବାଧ୍ୟ କରି ରଖିଥାନ୍ତି ,ଲୋକଲଜ୍ୟା ଏବଂ ଭୟରେ କେହି କହୁନଥିଲେ ଧୀରେ ଧୀରେ ସେମାନେ ସମସ୍ତେ ମୁଁହ ଖୋଲିବେ , ତେବେ ଏନେଇ ଶାଶ୍ୱତ ବର୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *