ନକଲି ଆରଟିଓ ସାଜି ଟଙ୍କା ଆଦାୟ କରୁଥିଲେ ଧରାପଡ଼ିବାରୁ ଫେରାର ହାଇଗଲେ ବିଜେଡ଼ି ନେତା !

ନୂଆ ମୋଟର ନିୟମ କୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଅତ୍ୟଧିକ ଫାଇନ କୁ ନେଇ ତୀବ୍ର ଅସନ୍ତୋଷ ହେବାପରେ ଶେଷରେ ନିୟମ କୁ 3ମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରି I କିନ୍ତୁ ଅଧିକାଂଶ ସ୍ଥାନରେ ଫାଇନ ଆଦାୟ କରାଯାଉଥିବା ଖବର ଆସୁଛି ତେବେ ନୟାଗଡ ରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ I ଖବର ଅନୁଯାଇ ନୟାଗଡ଼ ଜିଲ୍ଲା ନୂଆଗାଁ ଅନ୍ତର୍ଗତ ମାଈଛେଳି ନିକଟରେ କିଛି ଲୋକ ନିଜକୁ ଆରଟିଓ ପରିଚୟ ଦେଇ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ I ଅସଲ ରେ କିନ୍ତୁ ସେମାନେ ନକଲି ଥିଲେ I ଜୋର ଜବରଦସ୍ତି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ I

ତେବେ ଜଣେ ଟ୍ରକ ଡ୍ରାଇଭର ଙ୍କ ସହିତ ଯୁକ୍ତିତର୍କ ହେବାରୁ ସାଧାରଣ ଜନତା ଏକାଠି ହେଇଯାଇଥିଲେ I ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ନିଜକୁ ଆରଟିଓ ପରିଚୟ ଦେଉଥିବା ଲୋକମାନେ ଫେରାର ହେଇଯାଇଥିଲେ I ତେବେ ଏନେଇ କିଛି ଲୋକ ପୋଲିସ କୁ ଫୋନ କରି ଜଣାଇଥିଲେ I ତେବେ ସବୁଠାରୁ ବଡ କଥା ହେଉଛି ସେମାନେ ଯେଉଁ ଗାଡ଼ିରେ ଫେରାର ହେଇଯାଇଛନ୍ତି ସେଇ ଗାଡ଼ିଟିରେ ବିଜେଡି ଦଳୀୟ ଚିହ୍ନ ରହିଥିଲା I ଗାଡି ନମ୍ବର (OD25G7333) ରେ ବିଜେଡି ଚିହ୍ନ ସହିତ BYJD ପ୍ରେସିଡେଣ୍ଟ ନୟାଗଡ ଲେଖାଥିଲା ଯାହାକି ବିଜୁ ଯୁବ ନେତା ରମେଶ ସାହୁ ଙ୍କ ଗାଡି ଅଟେ I

ବିଜେଡି ନେତାଙ୍କ ଗାଡ଼ିରେ ନକଲି ଆରଟିଓ ମାନେ ଆସି ଟଙ୍କା ଆଦାୟ କରି ଘଟଣା ସ୍ଥଳରୁ ଫେରାର ହେଇଯିବା ଏବେ ଚର୍ଚା ର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *