ବିବାହ ର 20ବର୍ଷ ପରେ ନିଜ ସ୍ତ୍ରୀ କୁ ପ୍ରେମିକ ସହିତ ବିବାହ କରେଇଲା ସ୍ୱାମୀ କହିଲା ତୁ ଖୁସିରେ ରହ

ପ୍ରେମ କେତେବେଳେ କେମିତି କାହା ସହିତ ହେଇଯାଏ କହିହୁଏନି I କେତେବେଳେ ଏହି ପ୍ରେମ ଶାଶ୍ୱତ ହୁଏ ତ ଆଉ କେତେବେଳେ କଳଙ୍କ ସାଜେ I କିନ୍ତୁ ଏମିତି ଏକ ପ୍ରେମ କାହାଣୀ ମୟୁରଭଞ୍ଜ ରେ ଦେଖିବାକୁ ମିଳିଛି ଯାହା କି ପ୍ରେମ ର ଏକ ନୂଆ ଇତିହାସ ସୃଷ୍ଟି କରିଛି I ଖବର ଅନୁଯାଇ କପ୍ତିପଦା ବ୍ଲକ ବିନ୍ଧାଣିଆ ସାହି ଗ୍ରାମର ଧନୁ ହେମ୍ବ୍ରମ ପଡୋଶୀ ଗ୍ରାମର ଚମ୍ପା ହେମ୍ବ୍ରମ୍ବ୍ କୁ 20ବର୍ଷ ତଳେ ଭଲ ପାଇ ପ୍ରେମ ବିବାହ କରିଥିଲେ Iଉଭୟ ଙ୍କ ସଂସାର ଭଲ ରେ ଚଳୁଥିଲା ,ୟା ମଧ୍ୟରେ ତାଙ୍କର 2ଟି କନ୍ୟା ସନ୍ତାନ ମଧ୍ୟ ହେଇସାରିଲେଣି I ବଡ ଝିଅ ସପ୍ତମ ଶ୍ରେଣୀରେ ପାଠ ପଢୁଛି I ତେବେ ନିଜ ସଂସାର ଚଳେଇବାକୁ ଧନୁ ଅଧିକାଂଶ ସମୟ ବାହାରେ ରୁହନ୍ତି ଆଉ ୟା ମଧ୍ୟରେ ସେହି ଗ୍ରାମର ଯୁବକ ଭାଗା ମାରାଣ୍ଡି ବୟସ 20 ଙ୍କ ସହିତ ତାଙ୍କ ସ୍ତ୍ରୀ ର ପ୍ରେମ ହେଇଯାଇଥିଲା I

ପାଖାପାଖି 3ବର୍ଷ ଧରି ଉଭୟ ଙ୍କ ପ୍ରେମ ଚାଲିବା ପରେ ଶେଷରେ ଧନୁ ଜାଣିପାରିଥିଲେ ସ୍ତ୍ରୀ ର ଏହି ସମ୍ପର୍କ ବିଷୟରେ Iପାଦତଳୁ ମାଟି ଖସିଯାଇଥିଲା ,କାହିଁକିନା ସେ ଭଲ ପାଇ ବିବାହ କରିଥିବା ସ୍ତ୍ରୀ ଆଉ କାହାକୁ ଭଲ ପାଉଥିଲେ ତାଙ୍କ ପାଖରେ ଖୁସି ରେ ନାହାନ୍ତି ,ଏହାପରେ ଧନୁ ଭାଙ୍ଗିପଡିଥିଲେ ମଧ୍ୟ ସ୍ତ୍ରୀ ର ଖୁସି ପାଇଁ ସେହି ଯୁବକ ସହିତ ସ୍ତ୍ରୀ କୁ ବିବାହ କରେଇଦେଇଥିଲେ I

ଗ୍ରାମରେ ଏକ ପଲ୍ଲିସଭା ବସିଥିଲା ଏବଂ ପ୍ରଥମେ ଧନୁ ତାଙ୍କ ସ୍ତ୍ରୀ କୁ ଛାଡପତ୍ର ଦେଇ ପରେ ସେହି ଯୁବକ ସହିତ ବିବାହ କରେଇଦେଇଥିଲେ I ବିବାହ ର 20ବର୍ଷ ପରେ 20ବର୍ଷ ଯୁବକ ଙ୍କ ସହିତ ବି ଏମିତି ପ୍ରେମ ହୁଏ ଆଉ ନିଜ ସ୍ତ୍ରୀ ର ପ୍ରେମ ପାଇଁ ସ୍ତ୍ରୀ ର ପ୍ରେମୀଙ୍କ ସହିତ ବିବାହ କରେଇବା ଘଟଣା ଏବେ ଚର୍ଚା ର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *