ଓଡିଶା କୁ ସହଯୋଗ ହାତ ବଢ଼ାଇଲା ଚୀନ ,ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ୧୩ ହଜାର କୋଟି ନିବେଶ

ବହୁଦିନ ଧରି ବନ୍ଦ ରହିଥିବା ତାଳଚେର ସାର କାରଖାନା ର ପୁଣିଥରେ ପୁନରୁଦ୍ଧାର ହେବ I ତାଳଚେର ରେ କୋଇଲା କରାଯାଇ ଗ୍ୟାସ ଏବଂ ଏମୋନିଆ ସହିତ ୟୁରିଆ ସାର ତିଆରି କରାଯିବ I ବନ୍ଦ ହେଇ ରହିଥିବା ସାର କାରଖାନା କୁ ସଚଳ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ I ପ୍ରତିଶୃତି ମୁତାବକ ଏହି କାରଖାନା କୁ ପୁନରୁଦ୍ଧାର ପାଇଁ ଚୀନର ପ୍ରତିଷ୍ଠିତ କମ୍ପାନୀ ଏମ୍‌ଏସ୍‌ ଉହାନ ଇଞ୍ଜିନିୟରିଂ ସହଯୋଗ ର ହାତ ବଢ଼ାଇଛି I ଏନେଇ ଏକ ଚୁକ୍ତି ଗତକାଲି ସ୍ଵାକ୍ଷରିତ ହେଇଯାଇଛି I ଯେଉଁଥିରେ କି କେନ୍ଦ୍ର ରସାୟନ ଓ କୃଷି ସାର ମନ୍ତ୍ରୀ ସଦାନନ୍ଦ ଗୌଡଙ୍କ ଏବଂ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ତିତ ଥିଲେ

I ଆଗାମୀ ସେପ୍ଟେମ୍ବର ୨୦୨୩ ସୁଦ୍ଧା କାରଖାନା କାର୍ଯ୍ୟକ୍ଷମ କରାଯିବାର ଲକ୍ଷ ରଖାଯାଇଛି I ପାଖାପାଖି ୧୩ ହଜାର ୨୭୭ କୋଟି ଟଙ୍କା ର ନିବେଶ କରାଯିବ ସାର କାରଖାନା କୁ କାର୍ଯ୍ୟକ୍ଷମ କରାଯିବାକୁ I

Leave a Reply

Your email address will not be published. Required fields are marked *